ସାଉଦି ଆରବ ତୈଳ ଖଣି ଉପରେ ଡ୍ରୋନ ଆକ୍ରମଣ : ଆମେରିକା ଅଭିଯୋଗକୁ ଇରାନର ଖଣ୍ଡନ

0

ରିୟାଦ : ସାଉଦି ଆରବ ତୈଳ ଖଣି ଓ ବିଶୋଧନ କେନ୍ଦ୍ର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପଛରେ ଇରାନ ସମ୍ପୃକ୍ତି ଥିବା ବିଷୟ ନେଇ ଆମେରିକା ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଇରାନ ଖଣ୍ଡନ କରିଛି । ଆମେରିକା ପକ୍ଷରୁ ଇରାନର ସମ୍ପୃକ୍ତି ନେଇ ଦିଆଯାଇଥିବା ମନ୍ତବ୍ୟକୁ ଖଣ୍ଡନ କରି ଇରାନ୍‍ କହିଛି, ଆମେରିକା ଇସ୍‍ଲାମିକ୍‍ ଗଣତନ୍ତ୍ର ବିରୁଦ୍ଧରେ ଅପପ୍ରଚାର ପାଇଁ ଏଭଳି ବିବୃତ୍ତି ଦେଉଛି।

ଇରାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଆବାସ ମୌସବୀ କହିଛନ୍ତି, ଆମେରିକାର ଏଭଳି ମନ୍ତବ୍ୟ ଅର୍ଥହୀନ ଓ ଏଥିରେ କୌଣସି ସତ୍ୟତା ନାହିଁ । ଇରାନର ଏହି ତୈଳ ଉତ୍ପାଦନ ତଥା ବିଶୋଧନ କେନ୍ଦ୍ର ଉପରେ ଆକ୍ରମଣ ପରେ ଆମେରିକାର ବିଦେଶ ସଚିବ ମାଇକ ପମ୍ପିଓ ଏଥିପାଇଁ ଇରାନକୁ ଦାୟୀ କରିଥିଲେ।

Leave A Reply