ଆମେରିକା ବାୟୁସେନା ଘାଟିରେ ଇରାନର ଆକ୍ରମଣ, ରାତିଅଧରେ ମାଡ଼ କଲା ୧୨ରୁ ଅଧିକ କ୍ଷେପଣାସ୍ତ୍ର

ବାଗଦାଦ: ଇରାନ ସେନା କୁଦ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ନେଇଛି ଇରାନ। ଆମେରିକା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ ପ୍ରତିଆକ୍ରମଣ କରିଛି। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇନରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇରାକରେ ଥିବା ଅଲ-ଅସଦ ଏୟାରବେସରେ ଏହି ଆକ୍ରମଣ ହୋଇଛି। ଆମେରିକା ମଧ୍ୟ ଏହା ସ୍ବୀକାର କରିଛି। ଉକ୍ତ ଏୟାରବେସ୍‌ରେ ଆମେରିକା ସେନା ସହିତ ଅନ୍ୟ ସମର୍ଥକ ସେନା ମୁତୟନ ଅଛନ୍ତି। ତେବେ ଆକ୍ରମଣରେ କ’ଣ କ୍ଷତି ଏବଂ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ସୂଚନା ମିଳିନାହିଁ।

ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି। ସୂଚନାଯୋଗ୍ୟ, ଆମେରିକା ସୋଲେମାନିଙ୍କୁ ହତ୍ୟା କରିବା ପରେ ଇରାନ ଆମେରିକା ବିରୋଧରେ ଯୁଦ୍ଧର ଧମକ ଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

Comments are closed.