ଆଇପିଏସ ସ୍ତରରେ ଅଦଳବଦଳ

ନୀତି ଶେଖର ହେଲେ ଅତିରିକ୍ତ ପୁଲିସ କମିଶନର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ କ୍ଷେତ୍ରରେ ଛୋଟ ଅଦଳବଦଳ କରାଯାଇଛି। ବରିଷ୍ଠ ଆଇପିଏସ ଅଫିସର ନୀତି ଶେଖରଙ୍କୁ କଟକ-ଭୁବନେଶ୍ବର କମିଶନରେଟ ପୁଲିସ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୨୦୦୭ ବ୍ୟାଚ ଆଇପିଏସ ଅଫିସର ହେଉଛନ୍ତି ନୀତି ଶେଖର। କଟକ-ଭୁବନେଶ୍ବର କମିଶନରେଟ ପୁଲିସ ଅତିରିକ୍ତ କମିଶନର ଥିବା ରେଖା ଲୋହାନୀଙ୍କୁ ଏଡିଜି ଭାବେ ପଦୋନ୍ନତି ଦିଆଯିବା ପରେ ତାଙ୍କୁ ବଦଳି କରାଯାଇଛି। ଆଜି ଆଇପିଏସ ଅଫିସର ରେଖା ଲୋହାନୀଙ୍କୁ ମହିଳା ଓ ଶିଶୁ ଅପରାଧ ବିରୋଧୀ ୱିଙ୍ଗର ନୂଆ ଏଡିଜି ଅବସ୍ଥାପିତ କରାଯାଇଛି।

Comments are closed.