ତିନି ଆଇପିଏସ୍‌ଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ବର : ଚନ୍ଦକାସ୍ଥିତ ଏସ୍‌ଓଜି ପ୍ରଶିକ୍ଷଣ କେନ୍ଦ୍ରରୁ ଆତଙ୍କବାଦ ନିରୋଧୀ ପ୍ରଶିକ୍ଷଣ ଶେଷ କରିବା ପରେ ୩ ଜଣ ଆଇପିଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଅବିନାଶ ଜି ଓ ମାଲ୍‌କାନଗିରି ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ମାଲକାନଗିରି ପିସିଆର୍‌ ସେଲ୍‌ର ଡିଏସ୍‌ପି ଭାବେ ସେ କାର୍ଯ୍ୟ କରିବେ। ସେହିପରି ନିତେଶ ୱାଧୱାନିଙ୍କୁ ତାଳଚେର ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ମିସ୍‌ ଶୁଶ୍ରୀଙ୍କୁ କେସିଙ୍ଗା ଏସ୍‌ଡିପିଓ ଭାବେ ନିଯୁକ୍ତି ମିଳିଛି।

Comments are closed.