ଆଇପିଏସ୍‌ ସ୍ତରରେ ଅଦଳବଦଳ, ୩ ଜଣଙ୍କୁ ପଦୋନ୍ନତି

ଭୁବନେଶ୍ୱର:  ରାଜ୍ୟ ସରକାର ଶନିବାର ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ୩ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସତ୍ୟଜିତ୍‌ ମହାନ୍ତି, ମନୋଜ କୁମାର ଛାବ୍ରା ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସୁରେନ୍ଦ୍ର ପନଓ୍ଵାରଙ୍କୁ ମଧ୍ୟ ଡିଜି ପାହ୍ୟା ମିଳିଛି ।

Comments are closed.