ଆଇପିଏସ୍ ସ୍ତରରେ ଅଦଳବଦଳ : ସତ୍ୟଜିତ ମହାନ୍ତି ନୂତନ ପୁଲିସ କମିଶନର

0

ଭୁବନେଶ୍ବର : ରାଜ୍ୟ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି। କଟକ-ଭୁବନେଶ୍ବର ପୁଲିସ କମିଶନର ଭାବେ ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୮୮ ବ୍ୟାଚ ଆଇପିଏସ୍ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ଏହି ନୂତନ ଦାୟିତ୍ଵ ଦିଆଯାଇଛି । ପୁଲିସ କମିଶନର ଥିବା ୱାଇ.ବି ଖୁରାନିଆଙ୍କୁ ଅତିରିକ୍ତ ପୁଲିସ ଡିଜି ଦାୟିତ୍ୱ ମିଳିଛି । ସେହିପରି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ଓଡ଼ିଶା ସଶସ୍ତ୍ର ବାହିନୀ ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଏହା ବ୍ୟତୀତ ୪ ଜିଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ …

କଳାହାଣ୍ଡି ଏସପି-ବାଟୁଲା ଗଙ୍ଗାଧର

ଭଦ୍ରକ ଏସପି-ପଣ୍ଡିତ ରାଜେଶ ଉତ୍ତମରାଓ

ନୟାଗଡ଼ର ଏସପି-ଶଶୀଭୂଷଣ ଶତପଥି

ସୁବର୍ଣ୍ଣପୁର ଏସପି- ଦେବୀ ପ୍ରସାଦ ଦାଶ

ଅନ୍ୟପକ୍ଷରେ ଏମ୍. ସନ୍ଦୀପ ସମ୍ପତଙ୍କୁ ସିଆଇଡ଼ି ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

 

Leave A Reply