ଆଇପିଏଲ କ୍ରିକେଟ୍‍ : ଆଜି ହାଇଦରାବାଦ-ଚେନ୍ନଇ ମଧ୍ୟରେ ମୁକାବିଲା

ହାଇଦରାବାଦ : ଆଇପିଏଲ-୨୦୧୯ର ଆଜି(ବୁଧବାର)ମ୍ୟାଚରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜରସ୍‍ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗସ୍‍ ମଧ୍ୟରେ ୩୩ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ସନରାଇଜରସ୍‍ ହାଇଦରାବାଦ ୭ଟି ମ୍ୟାଚ ଖେଳିଥିଲାବେଳେ ସେଥିରୁ ତିନୋଟି ମ୍ୟାଚରେ ବିଜୟ ଲାଭ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୬ପଏଣ୍ଟ୍ ସହ ୬ଷ୍ଠ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚେନ୍ନଇ ସୁପରକିଙ୍ଗସ୍‍ ଚଳିତ ବର୍ଷ ଭଲ ପଦର୍ଶନ ଜାରି ରଖିଛି। ଏପର୍ଯ୍ୟନ୍ତ ଦଳ ୮ଟି ମ୍ୟାଚ୍‍ ଖେଳି ସେଥିରୁ ୭ଟିରେ ବିଜୟୀ ହୋଇଛି। ଯାହାଦ୍ୱାରା ପଏଣ୍ଟ୍ ଟେବୁଲରେ ୧୪ପଏଣ୍ଟ୍ ସହ ପ୍ରଥମ ସ୍ଥାନ ବଜାୟୀ ରଖିଛି।

Comments are closed.