ଦିଲ୍ଲୀକୁ ବିଜୟ ପାଇଁ ୨୨୦ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ଦୁବାଇ: ଆଇପିଏଲର ୪୭ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇନ୍ତି। ଏହି ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟଟିଂ କରି ସନ ରାଇଜର୍ସ ହାଇଦ୍ରାବାଦ ୨୧୯ କରିଛି । ଏହି ମ୍ୟାଚକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୨୦ ରନର ଟାର୍ଗେଟ ରହିଛି।

ସନ ରାଇଜର୍ସ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣାର ଓ ରିଧିମାନ ଶାହା ଏକ ବିସ୍ଫୋରକ ଓପନିଙ୍ଗ କରିଥିଲେ।  ଉଭୟ ବକ୍ତିଗତ ଭାବେ ଡେଭିଡ ଓ୍ବାର୍ଣ୍ଣାର( ୬୬)  ଓ ରିଧିମାନ ଶାହା (୮୭) ରନ ସଂଗ୍ରହ କରି ଆଉଟ ହୋଇଥିଲେ । ପରେ ପାରିକୁ ଫର୍ମରେ ଥିବା ମନିସ ପାଣ୍ଡେ( ୪୪) ଓ ଓ୍ବିଲମସନ( ୧୧) ରନ କରି ଅପରାଜିତ ଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ରବିଚନ୍ଦ୍ର ଅଶ୍ବିନୀ ଓ ନଟ୍ରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ଉଭୟ ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ମ୍ୟାଚ ରହିଛି। ପ୍ଲେ ଅଫରେ ଜାଗା ବାନାଇବା ପାଇଁ ଦିଲ୍ଲୀକୁ ଆଉ ୨ ଅଙ୍କ ଦରକାରଥିବା ବେଳେ ପ୍ଲେ-ଅଫ ଦୌଡ଼ରେ ରହିବାକୁ ହେଲେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ।

 

Comments are closed.