ପଞ୍ଜାବକୁ ହରାଇଲା କଲକାତା

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଆବୁଧାବିରେ ଶନିବାର କଲକାତା ନାଇଟ୍‌ ରାଇଡର୍ସ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୨ ରନରେ ପରାସ୍ତ କରିଛି । ଟସ୍ ଜିତି କଲକାତା ଅଧିନାୟକ ଦୀନେଶ କାର୍ତ୍ତିକ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୬ ୱିକେଟ ହରାଇ ୧୬୪ ରନ୍‌ କରିଥିଲା।

ପରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନ କରିଥିଲେ । ପ୍ରଥମେ ମୟଙ୍କ ଅଗ୍ରଓ୍ବାଲ ୫୬ ରନ କରି ଆଉଟ ହୋଇଥିବା ବେଳେ ନିକୋଲାସ ପୁରନ ୧୬ , ସିମରନ ସିଂ ୪ ରନ କରି ଆଉଟ ହୋଇଥିଲେ । ଲଢୁଆ ବ୍ୟାଟିଂ ଜାରି ରିଖିଥିବା ଲୋକେଶ ରାହୁଲ ୭୪ ରନ କରି ଆଉଟ ହୋଇଥିଲା ପରେ ବିଜୟ ଆଶା ମଉଳି ଯଆଇଥିଲା। ଗ୍ଲେନ ମାକ୍ଲଓ୍ବେଲ ୧୦ ରନ କରି ଆଉଟ ହୋଇଥିଲେ।

କଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ  ପ୍ରସିଦ କ୍ରିଷ୍ଣା ୩ଟି ଓ ସୁନିନ ନାରିନ ୨ଟି ଲେଖାଏଁ ଓ୍ବିକେଟ ନେବାର ସଫଳ ହୋଇଥିଲେ।

Comments are closed.