ପରାଜୟରେ ରୋକ ଲଗାଇବା ପାଇଁ ଚେନ୍ନଇ ସୁପରକିଙ୍ଗକୁ ୧୭୯ରନର ଆବଶ୍ୟକ

କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦ୍ବିତୀୟ ମ୍ୟାଚ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହୋଇଛନ୍ତି। କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟଟିଂ ନିଷ୍ପତ୍ତି ନେଇ ୧୭୮ରନ କରିଥିଲେ। ଏହି ମ୍ୟାଚକୁ ଜିତିବା ପାଇଁ ଚେନ୍ନଇ ସୁପରକିଙ୍ଗସ୍ ପାଇଁ ୧୭୯ରନ ଟାର୍ଗେଟ ରହିଛି।

ପ୍ରଥମେ  ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଓପନ କରିଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୨୬ ରନ କରି ଆଉଟ ହୋଇଥିଲେ। ମନଦିପ ସିଂ ୨୭ କରି ପାଭିଲିୟନ ଫେରିଥିଲେ । ଅନ୍ୟପକ୍ଷରେ ଲୋକେଶ ରାହୁଲ ଓ ନିକୋଲାସ ପୁରନଙ୍କ ବିସ୍ଫୋରକ ବ୍ୟଟିଂ ଦେଖିବାକୁ ମିଳିଥିଲେ । ନିକୋଲାସ ପୁରନ ୧୭ ବଲରେ ୩୩ ରନ କରି ଆଉଟ ହୋଇଥିଲେ । ପରେପରେ ଲୋକେଶ ରାହୁଲ ମଧ୍ୟ ୫୨ ବଲକୁ ୬୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ମାକ୍ସଓ୍ବେଲ(୧୧) ଓ ସର୍ଫରାଜ ଖାନ (୧୪) ରନ କରି ପାରିକୁ ସମ୍ଭାଳିବା ସହ ଅପରାଜିତ ରହିଥିଲେ।

ସେହିପରି ଚେନାଇ ସୁପରକିଙ୍ଗସ ପକ୍ଷରୁ ସର୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବା ବେଳ  ପିୟୁଷ ଚାଓ୍ବାଲା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ଉଭୟ ପଞ୍ଜାବ ଓ ଚେନ୍ନାଇ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ୪ ମ୍ୟାଚରୁ ଗୋଟିଏ ବିଜୟ ସହ ସପ୍ତମ ଏବଂ ଚେନ୍ନାଇ ମଧ୍ୟ ୪ ମୁକାବିଲାରେ ୩ ପରାଜୟ ଓ ଗୋଟିଏ ବିଜୟ ହାସଲ କରି ଶେଷ ସ୍ଥାନରେ ରହିଛିନ୍ତି।

ପରାଜୟରେ ରୋକ ଲଗାଇବା ପାଇଁ ଚେନ୍ନଇ ସୁପରକିଙ୍ଗକୁ ୧୭୯ରନ ଆବଶ୍ୟକ

 

Comments are closed.