ଆଇପିଏଲ୍‌ରେ ଗୋଟିଏ ଓଭରରେ ୬ ଚୌକା ; ପୃଥ୍ବୀ ୨ୟ ବ୍ୟାଟ୍‌ସମ୍ୟାନ

ଅହମ୍ମଦାବାଦ : ଆଇପିଏଲ୍‌ରେ ୨ୟ ବ୍ୟାଟ୍‌ସମ୍ୟାନ୍ ଭାବେ ଏକ ଓଭରରେ ୬ଟି ଯାକ ବଲ୍‌ରେ ଚୌକା ମାରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍‌ସର ଓପ୍‌ନର ପୃଥ୍ବୀ ସ’। ଗୁରୁବାର କଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ପୃଥ୍ବୀ ଇନିଂସର ପ୍ରଥମ ଓଭରରେ ଶିବମ୍ ମାଭିଙ୍କୁ ୬ଟିଯାକ ବଲ୍‌ରେ ଚୌକା ମାରିଥିଲେ। ଓଭରର ପ୍ରଥମ ବଲ୍‌ ୱାଇଡ୍‌ ଥିବା ବେଳେ ଏଥିରେ ମାଭି ୨୫ ରନ୍ ଦେଇଥିଲେ। ୨୦୧୨ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏସ୍. ଅରବିନ୍ଦଙ୍କ ଓଭରରେ ରାଜସ୍ଥାନ ରୟାଲ୍‌ସର ଅଜିଙ୍କ୍ୟ ରାହାଣେ ୬ଟି ବଲ୍‌ରୁ ୬ଟି ଚୌକା ମାରିଥିଲେ।

Comments are closed.