ରୋହିତଙ୍କୁ ୧୨ ଲକ୍ଷ ଜୋରିମାନା

ଚେନ୍ନଇ: ଆଇପିଏଲରେ ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍ସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଇଣ୍ଡିଆନ୍ସ ୧୩୭ ରନ୍ କରିଥିଲା। ଜବାବରେ ଋଷଭ ପନ୍ତ୍ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଚଳିତ ପ୍ରତିଯୋଗିତାରେ ମୁମ୍ବଇର ଏହା ଥିଲା ୨ୟ ପରାଜୟ। ଏହି ପରାଜୟ ପରେ ରୋହିତ ଶର୍ମାଙ୍କୁ ବଡ ଝଟକା ଲାଗିଛି। ମନ୍ଥର ବୋଲିଂ ହାର ପାଇଁ ମୁମ୍ବଇ ଅଧିନାୟକ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ମୁମ୍ବଇ ପୁରା ଓଭର ବୋଲିଂ କରି ପାରିନଥିଲା। ଆଇପିଏଲର ଚଳିତ ସିଜିନରେ ମୁମ୍ବଇ ଇଣ୍ଡିଆନ୍ସର ଏହା ପ୍ରଥମ ଭୁଲ୍। ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ମୁମ୍ବଇ ଉପରେ ଏହି ଜୋରିମାନା ଲାଗୁ କରା ଯାଇଥିଲା। ପ୍ରତ୍ୟେକ ଦଳକୁ ୨୦ ଓଭର ପୂରଣ କରିବା ପାଇଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଇଛି। ଆଇପିଏଲର ଆଚରଣ ସଂହିତା ଅନୁଯାୟୀ ପ୍ରଥମଥର ଏହି ନିୟମକୁ ଉଲ୍ଲଘଂନ କରିବାର ଅର୍ଥ ହେଉଛି ୧୨ ଲକ୍ଷ ଟଙ୍କା ଜୋରିମାନା। ଯଦି ଆଗାମୀ ୨ଟି ମ୍ୟାଚରେ ଏହି ଭୁଲ ପୁନର୍ବାର ଘଟେ; ତେବେ ଅଧିନାୟକ ରୋହିତଙ୍କୁ କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ।

Comments are closed.