ଚେନ୍ନଇ-ମୁମ୍ବଇ ଉଦ୍‍ଘାଟନୀ ମ୍ୟାଚ୍‍କୁ ନେଇ ସନ୍ଦେହ

ଦୁବାଇ : ଆଉ ୧୮ ଦିନ ପରେ ୟୁଏଇରେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଆରମ୍ଭହେବ। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ ଦୁଇ ତାରକାଖଚିତ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ ଓ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ମଧ୍ୟରେ ଖେଳାଯିବ ବୋଲି ଅନୁମାନ କରା ଯାଉଥିଲା। ସ୍ଥଗିତ ହେବା ପୂର୍ବରୁ ମାର୍ଚ୍ଚ ୨୯ରୁ ଆରମ୍ଭହେବାକୁ ଥିବା ଆଇପିଏଲ୍‍ର ଉଦ୍‍ଘାଟନୀ ମ୍ୟାଚ୍‍ ମଧ୍ୟ ଚେନ୍ନଇ ଓ ମୁମ୍ବଇ ମଧ୍ୟରେ ଖେଳାଯିବ ବୋଲି ଘୋଷଣା ହୋଇଥିଲା। ତେବେ ଏଥର ଚେନ୍ନଇ-ମୁମ୍ବଇ ଉଦ୍‍ଘାଟନୀ ମୁକାବିଲା ନେଇ ସନ୍ଦେହ ରହିଛି। ଚେନ୍ନଇର ଦୁଇ ପ୍ରମୁଖ ଖେଳାଳି ପେସ୍‍ ବୋଲର ଦୀପକ ଚହର ଓ ବ୍ୟାଟ୍‍ସମ୍ୟାନ୍‍ ଋତୁରାଜ ଗାଏକ୍‍ୱାଡ୍‍ କରୋନା ସଂକ୍ରମିତ ରହିଛନ୍ତି। ସେମାନେ ୧୪ ଦିନ ସଂଗରୋଧରେ ରହିବେ। ଜାଣିବାକୁ ମିଳିଛି ଯେ ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇ ଇଣ୍ଡିଆନ୍‍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ମଧ୍ୟରେ ଖେଳାଯିବ।

Comments are closed.