ଆଇପିଏଲ କ୍ରିକେଟ୍ : ଆଜି ମୁମ୍ବଇ-ହାଇଦରାବାଦ ମୁହାଁମୁହିଁ

ମୁମ୍ବଇ : ଆଇପିଏଲ-୨୦୧୯ର ଆଜି(ଗୁରୁବାର) ମ୍ୟାଚ୍ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନସ୍ ଓ ସନରାଇଜରସ୍ ହାଇଦରାବାଦ ମଧ୍ୟରେ ୫୧ତମ ମୁକାବିଲା ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ମୁମ୍ବଇ ଇଣ୍ଡିଆନସ୍ ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ୍ ଖେଳିଥିଲାବେଳେ ସେଥିରୁ ୭ଟି ମ୍ୟାଚରେ ବିଜୟ ଲାଭ କରିଥିଲାବେଳେ ୫ଟିରେ ପରାଜୟ ବରଣ କରିଛି। ଏଥିସହିତ ଦଳ ପଏଣ୍ଟ୍ ଟେବୁଲରେ ୧୪ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସନରାଇଜରସ୍ ହାଇଦରାବାଦ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହେବାସହ ୬ଟି ମ୍ୟାଚରେ ହାରିଛି। ଯାହାଦ୍ୱାରା ସନରାଇଜରସ୍ ହାଇଦରାବାଦ ପଏଣ୍ଟ୍ ଟେବୁଲରେ ୧୨ପଏଣ୍ଟ୍ ସହ ୪ର୍ଥ ସ୍ଥାନରେ ରହିଛି।

ଆଇପିଏଲ୍-୧୨ର ପଏଣ୍ଟ୍ ଟେବୁଲ

ଦଳ ମ୍ୟାଚ୍     ବିଜୟ ପରାଜୟ      ପଏଣ୍ଟ ନେଟ୍‌ ରନ୍‌ରେଟ୍‌
ଚେନ୍ନଇ ୧୩      ୯       ୧୮     +୦.୨୦୯
ଦିଲ୍ଲୀ ୧୩      ୮       ୧୬     -୦.୦୯୬
ମୁମ୍ବଇ  ୧୨      ୭       ୧୪      +୦.୩୪୭
ହାଇଦରାବାଦ ୧୨      ୬       ୧୨      +୦.୭୦୯

ରାଜସ୍ଥାନ

୧୩      ୫       ୧୧       -୦.୩୨୧
କଲକାତା ୧୨      ୫        ୧୦      +୦.୧୦୦

ପଞ୍ଜାବ

୧୨

     ୫

 ୭

       ୧୦

     -୦.୨୯୬

ବାଙ୍ଗାଲୋର

୧୩

     ୪

 ୮

       ୯

     -୦.୬୯୪

 

 

 

Comments are closed.