ବାଙ୍ଗାଲୋର-କଲକାତା ଓ ଦିଲ୍ଲୀ-ପଞ୍ଜାବ ମଧ୍ୟରେ ମୁକାବିଲା

ଆଜି ଖେଳାଯିବ ଦୁଇଟି ମ୍ୟାଚ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚତୁର୍ଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ଅପରାହ୍ଣଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-କଲକାତା ନାଇଟ୍‌ ରାଇଡର୍ସକୁ ଓ ରାତିରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ- ପଞ୍ଜାବ କିଙ୍ଗ୍‌ସକୁ ଭେଟିବ। ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର୍ସ ଲଗାତାର ତୃତୀୟ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷ​‌େ​‌ର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍‌ସ ଓ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟ ଧାରାକୁ ଫେରିବାର ଲକ୍ଷ୍ୟ ନେଇ ଖେଳି​‌େ​‌ବ।
ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ଟି ମ୍ୟାଚରୁ ୨ଟି ବିଜୟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦଳ ପ୍ରଥମ ମ୍ୟାଚରେ ଦୁଇ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ଓ ଦ୍ବିତୀୟ ମ୍ୟାଚରେ ୬ରନରେ ସନରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଦଳ ସନ୍ତୁଳିତ ପ୍ରଦର୍ଶନ କରୁଛି। ବ୍ୟାଟିଂରେ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଅର୍ଦ୍ଧଶତକ ସହ ୯୮, ବିରାଟ କୋହଲି ୬୬, ଏ.ବି ଡିଭିଲିୟର୍ସ ୪୯ରନ କରିଛନ୍ତି। ଓପନର ଦେବଦତ୍ତ ପାଡ଼ିକଲ ପ୍ରଥମ ମ୍ୟାଚରେ ବିଫଳ ହୋଇଥିବାବେଳେ ରଜତ ପଟିଦାର, ଡାନିଏଲ କ୍ରିଷ୍ଟିଆନ ପ୍ରମୁଖ ବିଫଳ ହେଉଛନ୍ତି। ବୋଲିଂରେ ହର୍ଷଲ ପଟେଲ ୨ଟି ମ୍ୟାଚରୁ ୭ଟି ୱିକେଟ ନେଇ ଚମତ୍କାର ଫର୍ମରେ ରହିଛନ୍ତି। ସାହାବାଜ୍‌ ଅହମ୍ମଦ ​‌େ​‌ଶଷ ମ୍ୟାଚରେ ଦଳକୁ ବିଜୟ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମହମ୍ମଦ ସିରାଜ୍, ୱାଶିଂଟନ ସୁନ୍ଦର, ଡାନିଏଲ ସାମ୍‌ସ, ନବଦୀପ୍‌ ସୈନି ଓ ଯୁଜୁବେନ୍ଦ୍ର ଚହଲ ପ୍ରମୁଖ ରହିଛନ୍ତି। ଦଳ ଲଗାତାର ୨ଟି ମ୍ୟାଚରେ ଜିତିଥିବାରୁ ହ୍ୟାଟ୍ରିକ୍‌ ବିଜୟ ନେଇ ଲକ୍ଷ୍ୟ ରଖିବ। ଅନ୍ୟପକ୍ଷରେ ଇୟାନ ମୋର୍ଗାନଙ୍କ ନେତୃାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ୧୦ରନରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୧୦ରନରେ ପରାଜିତ ହୋଇଥିଲା । ଓପନର ନିତିଶ ରାଣା ୨ଟି ଅର୍ଦ୍ଧଶତକ ସହ ୧୩୭ ଓ ରାହୁଲ ତ୍ରିପାଠୀ କିଛି ରନ କରିଥିବାବେଳେ ଶୁବମାନ ଗିଲ୍‌, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ମୋର୍ଗାନ ପ୍ରମୁଖ ବିଫଳ ହେଉଛନ୍ତି। ବୋଲିଂରେ ପ୍ୟାଟ୍‌ କମିନ୍ସ, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ, ସାକିବ୍‌ ଉଲ୍‌ ହାସନ ପ୍ରମୁଖ ରହିଛନ୍ତି । ଦଳ ତୃତୀୟ ମ୍ୟାଚରେ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ। ସେହିପରି ରାତି ୭ଟା୩୦ରେ ଦ୍ବିତୀୟ ମ୍ୟାଚ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୭ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୩ ୱିକେଟରେ ପରାଜିତ ହୋଇଥିଲା। ଓପନର ଶିଖର ଧାୱନ ଓ ପୃଥ୍ବୀ ସ ପ୍ରଥମ ମ୍ୟାଚରେ ସଫଳ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଛନ୍ତି। ବ୍ୟାଟିଂ ବିଭାଗରେ ଦଳ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। ଆଜିଙ୍କ୍ୟ ରାହାଣେ, ମାକୋର୍ସ ଷ୍ଟୋଇନିସ୍‌ ରନ କରିବାରେ ବିଫଳ ପନ୍ତ୍‌ଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ବୋଲିଂ ବିଭାଗରେ କ୍ରିସ୍ ୱକ୍‌ସ ଭଲ ପ୍ରଦର୍ଶନ କରୁଥିବାବେଳେ କାଗିସୋ ରାବଡା ପ୍ରତ୍ୟାବର୍ତ୍ତନ କରିଛନ୍ତି। କରୋନାରୁ ମୁକ୍ତ ହେବା ପରେ ଅନରିଚ୍‌ ନୋର୍ଖ୍ୟା ମଧ୍ୟ ଖେଳିବାର ସମ୍ଭାବନା ରହିଛି। ଦଳ ଫାଷ୍ଟ ବୋଲିଂରେ କାହାକୁ ବାଦ୍‌ ଦେବ ତାହାକୁ ନେଇ ଚିନ୍ତାରେ ରହିଛି। ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ବଡ ସ୍କୋର କରିବା ସହିତ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୬ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ପରାଜିତ ହୋଇଛି। ଓପନର ମୟଙ୍କ ଅଗ୍ରୱାଲଙ୍କ ବିଫଳତା ରାହୁଲଙ୍କୁ ଚିନ୍ତାରେ ପକାଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚରେ ଦଳ ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଉଦ୍ୟମ କରିବ।

Comments are closed.