ଟସ ଜିତି କିଙ୍ଗସ୍ ଏକାଦଶ ପଞ୍ଜାବର ବ୍ୟଟିଂ ନିଷ୍ପତ୍ତି

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦ୍ବିତୀୟ ମ୍ୟାଚ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହୋଇଛନ୍ତି। କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟଟିଂ ନିଷ୍ପତ୍ତି ନେଇଛି।

ଉଭୟ ପଞ୍ଜାବ ଓ ଚେନ୍ନାଇ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ୪ ମ୍ୟାଚରୁ ଗୋଟିଏ ବିଜୟ ସହ ସପ୍ତମ ଏବଂ ଚେନ୍ନାଇ ମଧ୍ୟ ୪ ମୁକାବିଲାରେ ୩ ପରାଜୟ ଓ ଗୋଟିଏ ବିଜୟ ହାସଲ କରି ଶେଷ ସ୍ଥାନରେ ରହିଛିନ୍ତି.

Comments are closed.