କରୋନାକୁ ପଛରେ ପକାଇଲା ଆଇପିଏଲ୍; ଅମିତାଭ ବଚ୍ଚନ, କିମ୍ ଜନ ଉଙ୍ଗଙ୍କୁ ପଛରେ ପକାଇଲେ ସାମ୍ବାଦିକ ଅର୍ଣବ ଗୋସ୍ବାମୀ

ଗୁଗୁଲରେ  ଚଳିତ ବର୍ଷ ଭାରତୀୟମାନେ  ସର୍ବାଧିକ ଖୋଜିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ। । ବାଇଡ଼େନଙ୍କ ପରେ ଭାରତୀୟମାନେ ଟେଲିଭିଜନ ସାମ୍ବାଦିକ ତଥା ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣବ ଗୋସ୍ବାମୀଙ୍କୁ ସର୍ବାଧିକ ଥର ଖୋଜିଛନ୍ତି । ଏପରିକି ଅମିତାଭ ବଚ୍ଚନ, ଉତ୍ତରକୋରିଆର ଶାସକ କିମ୍ ଜନ୍ ଉନ୍ ବି ତାଙ୍କ ପଛରେ ପଡ଼ି ଯାଇଛନ୍ତି । ସେହିପରି କରୋନା ସଂକ୍ରମଣ ଓ ବିଶ୍ବବ୍ୟାପୀ କରୋନାକୁ ନେଇ ଆତଙ୍କ ମଧ୍ୟରେ ଭାରତରେ ଆଇପିଏଲକୁ ବହୁ ଲୋକ ଗୁଗୁଲରେ ଖୋଜିଛନ୍ତି । ଆଇପିଏଲ୍ କରୋନା ସଂକ୍ରମଣ ଓ ଅନ୍ୟାନ୍ୟ ବୈଶ୍ବିକ ପ୍ରସଙ୍ଗ ଉପରେ ଭାରତୀୟଙ୍କ ପାଇଁ ବେଶୀ ଅନୁସନ୍ଧାନ ପ୍ରସଙ୍ଗ ହୋଇଛି ।

ସେହିପରି ଏହି ତାଲିକାରେ ଷଷ୍ଠରେ  ରସିଦ ଖାନ୍, ସପ୍ତମରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା  ରିଆ ଚକ୍ରବର୍ତ୍ତୀ, ଅଷ୍ଟମରେ ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଲା ହ୍ୟାରିସ,  ନବମରେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲଖେଣ୍ଡଓ୍ୱାଲା ଏବଂ ଦଶମରେ କଙ୍ଗନା ରଣାଓ୍ୱତ ରହିଛନ୍ତି।

ଗୁଗୁଲ ଦ୍ବାରା ପ୍ରକାଶିତ ତାଲିକାରେ ଏହା ଉଲ୍ଲେଖ ରହିଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ବାଇଡ଼େନ୍ ଥିବାବେଳେ ଅର୍ଣବ ଗୋସ୍ବାମୀ ଦ୍ବିତୀୟ, ବଲିଉଡ଼୍ ଗାୟିକା କୋନିକା କପୁର ତୃତୀୟ, ଉତ୍ତରକୋରିଆର ଶାସକ କିମ୍ ଚତୁର୍ଥ ଓ ଅମିତାଭ ବଚ୍ଚନ ୫ମ ସ୍ଥାନରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡ଼େନ ନିର୍ବାଚିତ ହୋଇଛନ୍ତି । ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ଯୋଗୁଁ ଅର୍ଣବ ଗିରଫ ହୋଇଥିଲେ । କନିକା କପୁର କରୋନା ସଂକ୍ରମିତ ହୋଇ ଅନ୍ୟମାନଙ୍କୁ ସଂକ୍ରମିତ କରିଥିବା ଚର୍ଚା ହୋଇଥିଲା ଏବଂ ଅମିତାଭ ବଚ୍ଚନ ଓ ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଥିଲେ । 

ଗୁଗୁଲ ରିପୋର୍ଟ ଅନୁଯାୟୀ ନଭେମ୍ୱର ୪ ତାରିଖରେ  ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ପୁଲିସ  ସକାଳୁ ସକାଳୁ ଗିରଫ କରିଥିଲା। ଏହାପରେ ତାଙ୍କୁ ତଲୋଜା ଜେଲ ପଠାଇ ଦିଆଯାଇଥିଲା । ଏହାପରେ ଅର୍ଣବ ଗୋସ୍ବାମୀଙ୍କୁ ଲୋକମାନେ ଗୁଗଲରେ ଖୋଜିବା ଆରମ୍ଭ କରି ଦେଇଥିଲେ ।  ଯାହାକି ଗ୍ଲୋବାଲ୍ ଟ୍ରେଣ୍ଡ ପାଲଟିଥିଲା।  ‘ଅର୍ଣ୍ଣବ ଗୋସ୍ୱାମୀ’, ‘ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ‘ଅର୍ଣ୍ଣବ ଗୋସ୍ୱାମୀ ବେଲ୍’, ‘ହ୍ୱାଏ ଅର୍ଣ୍ଣବ ଗୋସ୍ୱାମୀ ଆରେଷ୍ଟେଡ୍’ ଭଳି ଶବ୍ଦ ବ୍ୟବହାର କରି ଲୋକମାନେ ଗୁଗୁଲରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ଚ୍ଚ କରିଥିଲେ ବୋଲି ଗୁଗୁଲ୍ କହିଛି।

କନିକା କପୁର ଗୋଟିଏ ବଡ଼ ଭୋଜିରେ ଯୋଗ ଦେବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଉ ଏହାପରେ ସେ ଇଣ୍ଟରନେଟରେ ଚହଳ ପକାଇଥିଲେ। କରୋନା ମାର୍ଚ୍ଚରେ ଭାରତରେ ସଂକ୍ରମଣର ପ୍ରଥମ ପାହାଚ ସମୟରେ  କନିକା ବିଦେଶରୁ ଫେରି ଏକ ପାର୍ଟିରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ଦେଶବ୍ୟାପୀ ଖୋଜା ଯାଇଥିଲା ।

ସେହିପରି କିମ୍ ଜଙ୍ଗ୍ ଉନ୍ ତାଙ୍କର ମୃତ୍ୟୁ ଖବରକୁ ନେଇ ଅଧିକ ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ। ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ପରେ ଅଧିକ ଲୋକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଗୁଗୁଲରେ ସର୍ଚ୍ଚ କରିଥିଲେ।

 

Comments are closed.