ଆଇପିଏଲ ବେଟିଂ; ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ଆଇପିଏଲ ବେଟିଂ ଚଳାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବ୍ରହ୍ମପୁର ପୁଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ହାଉସିଂ ବୋର୍ଡ ଅଞ୍ଚଳର ଲାଲି ଆଚାରି ଓ ପ୍ରସାନ୍ତ ସୁବୁଦ୍ଧି। କମ୍ପ୍ୟୁଟର ଓ ମୋବାଇଲ ଆପରେ ଏହି ଟଙ୍କା ଖେଳ ଚାଲୁଥିଲା। ଏଥିରେ ବହୁ ଲୋକ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ କାବୁ କରିବାକୁ ଅଧିକ ତଦନ୍ତ ଚାଲୁଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

Comments are closed.