ଆଇପିଏଲ୍‍ ବେଟିଂ: ମିରଟରେ ୫ ଗିରଫ

ମିରଟ: ଚଳିତବର୍ଷ ୟୁଏଇରେ ଖେଳା ଯାଉଥିବା ଆଇପିଏଲ୍‍ ମ୍ୟାଚ୍‍କୁ ନେଇ ଜୁଆ ଓ ବେଟିଂ କାର୍ଯ୍ୟକଳାପରେ ବୃଦ୍ଧିଘଟିଛି। ଆଇପିଏଲ୍‍ ୟୁଏଇକୁ ଚାଲି ଯାଇଥିଲେ ହେଁ ଏହାକୁ ନେଇ ଅନୈତିକ କାର୍ଯ୍ୟକଳାପ ଭାରତରେ ରହିଯାଇଛି। ଉତ୍ତର ପ୍ରଦେଶର ମିରଟ ସହରର ଏକ ହୋଟେଲରେ ଆଇପିଏଲ୍‍କୁ ନେଇ ବେଟିଂ ଚାଲିଥିବା ବେଳେ ସୋମବାର ରାତିରେ ପୁଲିସ ଚଢ଼ାଉ କରିଥିଲେ। ଏଥିରେ ୫ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଉକ୍ତ ହୋଟେଲର ମ୍ୟାନେଜର ମଧ୍ୟ ରହିଛନ୍ତି। ବେଟିଂ ଚାଲିଥିବା ରୁମ୍‍ରୁ କିଛି ଲ୍ୟାପ୍‍ଟପ ଓ ମୋବାଇଲ୍‍ ଫୋନ୍‍ ପୁଲିସ ଜବତ କରିଛି।

Comments are closed.