ଧିମା ଓଭର ହାର ପାଇଁ ଆୟରଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ଆବୁଧାବି : ମଙ୍ଗଳବାର ଚଳିତ ଆଇପିଏଲ୍‍ରେ ଏଠାରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍‍ସ ମଧ୍ୟରେ ମ୍ୟାଚ୍‍ ଖେଳା ଯାଇଥିଲା। ଏହି ମ୍ୟାଚ୍‍ରେ ଧିମା ଓଭରହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍‍ସର ଅଧିନାୟକ ଶେୟାସ ଆୟର ୧୨ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି। ଚଳିତ ସିଜିନ୍‍ରେ ଦିଲ୍ଲୀ ଅଧିନାୟକ ଆୟରଙ୍କ ଏହା ପ୍ରଥମ ଅପରାଧ ହୋଇଥିବାରୁ ତାଙ୍କୁ ଏହି କୋହଳ ଦଣ୍ଡ ମିଳିଛି। ଚଳିତ ଆଇପିଏଲ୍‍ରେ ଧିମା ଓଭର ହାର ଏକ ବଡ଼ ସମସ୍ୟା ପାଲଟିଛି। ୨୦ ଓଭରର ଇନିଂସକୁ ୯୫ ମିନିଟରେ ସମାପ୍ତ କରିବାର ଥିବା ବେଳେ ଅଧିକାଂଶ ଦଳ ଏହାଠାରୁ ବହୁତ ଅଧିକ ସମୟ ନେଉଛନ୍ତି। କିଛିକିଛି ଇନିଂସ ସରିବାକୁ ପାଖାପାଖି ୨ ଘଣ୍ଟା ସମୟ ଲାଗୁଛି। ଫଳରେ ମ୍ୟାଚ୍‍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେଉଥିଲେ ହେଁ ପୂର୍ବପରି ଏହା ରାତି ୧୧.୩୦ ପରେ ସମାପ୍ତ ହେଉଛି।

Comments are closed.