ଦିନେ ଥିଲେ ହିରୋ, ଆଜି ଜିରୋ; ୱାଟସନ, ଧୋନି, ଜାଡେଜାଙ୍କଠାରୁ ଗେଲ୍‌ ପର୍ଯ୍ୟନ୍ତ

ଦୁବାଇ : କରୋନା ମହାମାରୀ ସହିତ ସାରା ଦେଶ ଲଢେଇ କରୁଥିବାବେଳେ ଆଇପିଏଲ କିଛି ମାତ୍ରା​‌େ​‌ର କ୍ରିକେଟପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଭାରତ ବଦଳରେ ୟୁଏଇରେ ବିନା ଦର୍ଶକରେ ଆଇପିଏଲ ଖେଳାଯାଉଥିଲେ ମଧ୍ୟ ଏହାର ରୋମାଞ୍ଚ କମିନାହିଁ। ଷ୍ଟାଡ଼ିୟମରେ ଦର୍ଶକଙ୍କ ଅନୁପସ୍ଥିତକୁ ଖେଳାଳିମାନେ ଯେଉଁଭଳି ଭୁଲି ଯାଇଛନ୍ତି ତାହା ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ ଅନୁଭୂତ ହେଉଛି। ଆଇପିଏଲର ରୋମାଞ୍ଚ କମି ନଥିବାବେଳେ ବିଗତ ଦିନର ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଆଉ ଦେଖିବାକୁ ମିଳୁନାହିଁ। ବିଗତ ଦିନର ଷ୍ଟାର ଖେଳାଳିଙ୍କ ଏବେକାର ପ୍ରଦର୍ଶନକୁ ନେଇ ଉପସ୍ଥାପନା।
ସେନ୍ ୱାଟ୍‌ସନ : ଆଇପିଏଲର ଅନ୍ୟତମ ଆକର୍ଷଣ ଥିଲେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍‌ ୱାଟସନ। ଆଇପିଏଲରେ ୩୦୦୦ରୁ ଅଧିକ ରନ୍‌ କରିଥିବା ଚଳିତ ସିଜିନରେ ଚେନ୍ନଇ ସୁପରକିଙ୍ଗସ୍‌ ପକ୍ଷରୁ ୩ଟି ମ୍ୟାଚରୁ ୫୧ରନ କରିଛନ୍ତି।
ମହେନ୍ଦ୍ର ସିଂହ ଧୋନି : ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ ଇତିହାସରେ ସଫଳତମ ଅଧିନାୟକ। ଏପର୍ୟ୍ୟନ୍ତ ଧୋନି ୧୯୩ଟି ମ୍ୟାଚ ଖେଳି ୪୪୭୬ରନ କରିଛନ୍ତି। ଚଳିତ ସଂସ୍କରଣରେ ସେ ୩ଟି ମ୍ୟାଚରୁ ମାତ୍ର ୪୪ରନ କରିଛନ୍ତି।
ରବୀନ୍ଦ୍ର ଜାଡେଜା : ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇପିଏଲର ଅନ୍ୟତମ ଦାମି ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ। ଚଳିତ ଆଇପିଏଲରେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି। ଏପର୍ୟ୍ୟନ୍ତ ୩ଟି ମ୍ୟାଚ ଖେଳି ୨୩ରନ କରିବା ସହିତ ୨ଟି ୱିକେଟ ନେଇଛନ୍ତି।
କ୍ରିସ୍‌ ଗେଲ : ଆଇପିଏଲର ଅନ୍ୟତମ ବ୍ୟାଟିଂ ଆକର୍ଷଣ ହେଉଛନ୍ତି କ୍ରିସ୍ ଗେଲ। ୨୦୦୯ରୁ ଗେଲ ଆଇପିଏଲ ଖେଳି ଆସୁଛନ୍ତି। ଏପର୍ୟ୍ୟନ୍ତ ୧୨୫ଟି ମ୍ୟାଚ ଖେଳି ୪୪୮୪ରନ କରିଛନ୍ତି। ତାଙ୍କ ନାମରେ ୩୦ଟି ବଲରୁ ୧୦୦ରନର ଦ୍ରୁତତମ ଶତକ ରହିଛି। ଚଳିତ ସିଜିନ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶ​‌େ​‌ର ସ୍ଥାନ ମିଳିପାରିନାହିଁ।
ମୁରଲୀ ବିଜୟ : ଚେନ୍ନଇ ସୁପରକିଙ୍ଗସ୍‌ର ଓପନର ମୁରଲୀ ବିଜୟ ମଧ୍ୟ ଚଳିତ ଆଇପିଏଲରେ ବିଫଳ ହେଉଛନ୍ତି। ଆଇପିଏଲରେ ୫୧ଟି ବଲରୁ ଶତକ ଅର୍ଜନ କରିଥିବା ମୁରଲୀ ଚଳିତ ପ୍ରତିଯୋଗିତାରେ ୩ଟି ମ୍ୟାଚରୁ ମାତ୍ର ୩୨ରନ କରିଛନ୍ତି।
ଡେଭିଡ୍‌ ମିଲର : ୩୮ଟି ବଲରୁ ଶତକ ଅର୍ଜନ କରିଥିବା ଡେଭିଡ ମିଲର ଚଳିତ ଆଇପିଏଲରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି। ଏପର୍ୟ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ ଖେଳିବାରେ ସକ୍ଷମ ହୋଇଛନ୍ତି।
ବିରାଟ କୋହଲି : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ଆଇପିଏଲରେ ଏପର୍ୟ୍ୟନ୍ତ ୧୮୦ଟି ମ୍ୟାଚ ଖେଳି ୫୪୩୫ରନ କରିଛନ୍ତି। କୋହଲି ଏପର୍ୟ୍ୟନ୍ତ ୩ଟି ମ୍ୟାଚ ଖେଳି ମାତ୍ର ୨୩ରନ କରିଛନ୍ତି।
ଆ​‌େ​‌ଣ୍ଡ୍ର ରସେଲ : ଆଇପିଏଲର ଅନ୍ୟତମ ଷ୍ଟାର ଖେଳାଳି ହେଉଛନ୍ତି ଆ​‌େ​‌ଣ୍ଡ୍ର ରସେଲ। ଅଲରାଉଣ୍ଡର ରସେଲ ୬୬ଟି ମ୍ୟାଚରୁ ୧୪୧୧ରନ ସହ ୫୭ଟି ୱିକେଟ ନେଇଛନ୍ତି। ଚଳିତ ଆଇପିଏଲରେ ରସେଲ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି। ଏପର୍ୟ୍ୟନ୍ତ ୨ଟି ମ୍ୟାଚରୁ ୧୧ରନ ସହ ୨ଟି ୱିକେଟ ନେଇଛନ୍ତି।
ଦିନେଶ କାର୍ତ୍ତିକ : ଆଇପିଏଲରେ ଦାମୀ ଖେଳାଳିମାନଙ୍କ ମଧ୍ୟରୁ ଦିନେଶ କାର୍ତ୍ତିକ ଅନ୍ୟତମ। କାର୍ତ୍ତିକ ୧୮୪ଟି ଆଇପିଏଲ ମ୍ୟାଚ ଖେଳି ୩୬୮୪ରନ କରିସାରିଲେରଣି। ଚଳିତ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଏପର୍ୟ୍ୟନ୍ତ ୨ଟି ମ୍ୟାଚ ଖେଳି ମାତ୍ର ୩୦ରନ କରିଛନ୍ତି। କାର୍ତ୍ତିକଙ୍କ ପୂର୍ବ ଖେଳ ଆଉ ଦେଖିବାକୁ ମିଳୁନାହିଁ।

Comments are closed.