ଆଇପିଏଲ-୨୦୨୦ : ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଚେନ୍ନଇ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ସପ୍ତମ ମୁକାବିଲା ଶୁକ୍ରବାର ଦୁବାଇର ଡିଏସସି ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗସ୍‌  ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଦ୍ବିତୀୟ ମ୍ୟାଚ ଖେଳିବାବେଳେ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଏହା ତୃତୀୟ ମ୍ୟାଚ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନଇ ସୁପରକିଙ୍ଗସ୍‌ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଚେନ୍ନଇ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଦ୍ବିତୀୟ ମ୍ୟାଚରେ ଦଳ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା।

Comments are closed.