ଆଇପିଏଲ୍‌ର ପରିସଂଖ୍ୟାନ

  • ଆଇପିଏଲ୍‌ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ସ୍କୋର କରିବା ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ରହିଛି। ୨୦୧୩ରେ ପୁଣେ ୱାରିୟରର୍ସ ବିପକ୍ଷରେ ବାଙ୍ଗାଲୋର ଦଳ ୨୬୩ ରନ୍‌ କରିଥିବା ବେଳେ ୨୦୧୬ରେ ଗୁଜରାଟ ଲାଏନ୍‌ସ ବିପକ୍ଷରେ ୨୪୮ ରନ୍‌ ସ୍କୋର କରିଥିଲେ। ବାଙ୍ଗାଲୋର ପଛକୁ ରହିଛି ଚେନ୍ନଇ ସୁପର କିଙ୍ଗ୍‌ସ ଦଳ। ୨୦୧୦ରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ୨୪୬ ରନ୍‌ ସ୍କୋର କରିଥିଲା।
  • ଗୋଟିଏ ମ୍ୟାଚ୍‌ରେ ସବୁଠାରୁ କମ୍‌ ରନ୍‌ ସ୍କୋର କରିବାର ରେକର୍ଡ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ରହିଛି। ୨୦୧୭ ରେ କଲକାତା ନାଇଟ୍‌ ରାଇଡର୍ସ ଦଳ ବିପକ୍ଷରେ ବାଙ୍ଗାଲୋର ଦଳ ମାତ୍ର ୪୯ ରନ୍‌ କରିଥିଲା। ତାଲିକାର ଦ୍ବିତୀୟ ସ୍ଥାନରେ ରାଜସ୍ଥାନ ରୟାଲ୍‌ସ ରହିଛି। ରାଜସ୍ଥାନ ଦଳ ୨୦୦୯ରେ ବାଙ୍ଗାଲେର ଦଳ ବିପକ୍ଷରେ ୫୮ ରନ୍‌ କରିଥିଲା।
  • ସର୍ବାଧିକ ରନ୍ ବ୍ୟବଧାନରେ ବିଜୟୀ ହେବା ରେକର୍ଡ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରେ ରହିଛି। ୨୦୧୭ରେ ମୁମ୍ବଇ ଦଳ ଦିଲ୍ଲୀକୁ ୧୪୬ ରନ୍‌ ବ୍ୟବଧାନରେ ପରାସ୍ତ କରିଥିଲା। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ବାଙ୍ଗାଲୋର ଓ ତୃତୀୟ ସ୍ଥାନରେ କଲକାତା ନାଇଟ୍‌ ରାଇଡର୍ସ ଦଳ ରହିଛି। ୨୦୧୬ରେ ବାଙ୍ଗାଲୋର ଦଳ ୧୪୪ ରନ୍‌ ବ୍ୟବଧାନରେ ଗୁଜରାଟ ଲାଏନ୍‌ସକୁ ଓ ୨୦୦୮ରେ କଲକାତା ଦଳ ୧୪୦ ରନ୍‌ ବ୍ୟବଧାନରେ ବାଙ୍ଗାଲୋର ଦଳକୁ ପରାସ୍ତ କରିଥିଲା।
  • ଆଇପିଏଲ୍‌ ଇତିହାସରେ ମୋଟ୍‌ ୮ଟି ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ ସୁପର ଓଭରରେ ହୋଇଛି।
  • ସର୍ବାଧିକ ଅତିରକ୍ତ ରନ୍‌ ପ୍ରଦାନକାରୀ ଦଳ ତାଲିକାର ଶୀର୍ଷ ସ୍ଥାନରେ ରହିଛି କଲକାତା ନାଇଟ୍‌ ରାଇଡର୍ସ। ୨୦୦୮ରେ ଡେକାନ୍‌ ଚାର୍ଜର୍ସ ବିପକ୍ଷ ଏକ ମ୍ୟାଚ୍‌ରେ କଲକାତା ଦଳ ୨୮ ଅତିରିକ୍ତ ରନ୍ ପ୍ରଦାନ କରିଥିଲା। ଏହି ତାଲିକାର ଦ୍ବିତୀୟ ସ୍ଥାନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ତୃତୀୟ ସ୍ଥାନରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ରହିଛି।
  • ଆଇପିଏଲ୍‌ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ରନ୍‌ ସଂଗ୍ରହକାରୀ ହେଉଛନ୍ତି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି। କୋହଲି ବର୍ତ୍ତମାନ ସୁଦ୍ଧା ୫୪୧୨ ରନ୍‌ ସଂଗ୍ରହ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଚେନ୍ନଇ ଦଳର ସୁରେଶ ରୈନା ୫୩୬୮ ଓ ତୃତୀୟ ସ୍ଥାନରେ ଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟକ ରୋହିତ ଶର୍ମା ୪୮୯୮ ରନ୍‌ ସଂଗ୍ରହ କରିଛନ୍ତି।
  • ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି। ୨୦୧୩ରେ ଗେଲ୍‌ ପୁଣେ ୱାରିୟର୍ସ ବିପକ୍ଷରେ ୬୬ଟି ବଲ୍‌ରୁ ୧୭୫ ରନ୍‌ ସ୍କୋର କରିଥିଲେ। ଏହା ମଧ୍ୟ ଆଇପିଏଲ୍‌ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ଥିଲା। ଏହି ତାଲିକାର ଦ୍ବିତୀୟ ସ୍ଥାନରେ କଲକାତାର ମ୍ୟାକକୁଲମ ( ଅପରାଜିତ ୧୫୮ ରନ୍‌) ଓ ଡିଭିଲିୟର୍ସ (ଅପରାଜିତ ୧୩୩ ରନ୍‌) ରହିଛନ୍ତି।
  • ଆଇପିଏଲ୍‌ରେ ସର୍ବାଧିକ ଶତକ ହାସଲ କରିଛନ୍ତି କ୍ରିସ୍‌ ଗେଲ୍‌। ଗେଲ୍ ବର୍ତ୍ତମାନ ସୁଦ୍ଧା ୬ଟି ଶତକ ହାସଲ କରିଥିବା ବେଳେ କୋହଲି ୫ଟି ଓ ଡେଭିଡ୍ ୱାର୍ଣ୍ଣର ୪ଟି ଶତକ ହାସଲ କରିଛନ୍ତି। ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ ୱାର୍ଣ୍ଣରଙ୍କ ନିକଟରେ ରହିଛି। ୱାର୍ଣ୍ଣର ମୋଟ୍‌ ୪୪ଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି।
  • ଆଇପିଏଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ରେକର୍ଡ କେଏଲ୍‌ ରାହୁଲଙ୍କ ନିକଟରେ ରହିଛି। ସେ ୨୦୧୮ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳ ତରଫରୁ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ୧୪ଟି ବଲ୍‌ରୁ ୫୧ ରନ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସ୍ଥାନରେ ମିଳିତ ଭାବେ ୟୁସୁଫ ପଠାନ୍‌ ଓ ସୁନୀଲ ନାରାୟଣ ରହିଛନ୍ତି। ଉଭୟ ୟୁସୁଫ ଓ ସୁନୀଲ ୧୫ଟି ଲେଖାଏଁ ବଲ୍‌ର୍ୁ ଅର୍ଦ୍ଧଶତକ ହାସଲ କରିଥିଲେ।
  • ଆଇପିଏଲ୍‌ରେ ସର୍ବାଧିକ ୱିକେଟ୍‌ ହାସଲ କରିବା ରେକର୍ଡ ମୁମ୍ବଇ ଇଣ୍ଡିଆନ୍‌ସର ଲାସିଥ୍‌ ମାଲିଙ୍ଗାଙ୍କ ନାମରେ ରହିଛି। ମାଲିଙ୍ଗା ବର୍ତ୍ତମାନ ସୁଦ୍ଧା ୧୨୨ଟି ମ୍ୟାଚ୍‌ରୁ ୧୭୦ଟି ୱିକେଟ୍ ହାସଲ କରିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅମିତ ମିଶ୍ରା (୧୫୭) ଓ ତୃତୀୟ ସ୍ଥାନରେ ଚେନ୍ନଇ ସୁପର କିଙ୍ଗ୍‌ସର ହରଭଜନ୍‌ ସିଂହ (୧୫୦) ରହିଛନ୍ତି।
  • ଆଇପିଏଲ୍‌ ଇତିହାସରେ ସର୍ବାଧିକ ହ୍ୟାଟ୍ରିକ୍‌ ରେକର୍ଡ ଅମିତ ମିଶ୍ରାଙ୍କ ନାମରେ ରହିଛି। ଅମିତ ୩ଥର ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ବେଳେ ଯୁବରାଜ ସିଂହ ୨ଥର ଓ ସାମ୍‌ କରନ୍‌ ଥରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।

Comments are closed.