ଆଇପିଏଲ-୧୨ ନିଲାମୀ ଆରମ୍ଭ, ବାଦ ପଡିଲେ ଯୁବରାଜ

0

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୨ ତମ ସଂସ୍କରଣ ପାଇଁ ମଙ୍ଗଳବାର ଅପରାହ୍ନରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିଲାମ ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଚାଲିଛି। ନିଲାମୀରେ ୩୪୬ କ୍ରିକେଟର ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ଏଥିରେ ୯ ଜଣ ଖେଳାଳିଙ୍କ ବେସ୍‌ ମୂଲ୍ୟ ୨ କୋଟି ଟଙ୍କା ରହିଛି ।ଆଇପିଏଲ-୧୨, ୨୦୧୯ ପାଇଁ ନିଲାମୀ ସୂଚୀରେ ଅନେକ ନାମୀଦାମୀ କ୍ରିକେଟ୍ ତାରକାଙ୍କ ନାମ ସ୍ଥାନ ପାଇଛି। ଚଳିତ ସିଜନ୍ ପାଇଁ ରାଜସ୍ଥାନ ରୟାଲସ୍‌ ଜୟଦେବ ଉନାଦକଟଙ୍କୁ ୮.୪୦ କୋଟି ଟଙ୍କାରେ କିଣିଛି। ବର୍ଷ ୨୦୧୧ ବିଶ୍ୱ କପ୍‌ରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଯୁବରାଜ ସିଂହଙ୍କୁ ଏହି ଆଇପିଏଲ ପାଇଁ କୌଣସି ଦଳ କିଣି ନାହାନ୍ତି। ଗତ ସଂସ୍କରଣରେ ଯୁବରାଜ କିଙ୍ଗସ୍ ଏକାଦସ ପଞ୍ଜାବ ଦଳରୁ ଖେଳିଥିଲେ। 

Leave A Reply