ଆଇପିଏଲର ୪୫ ତମ ମ୍ୟାଚ: କୋଲକାତାକୁ ହରାଇଲା ପଞ୍ଜାବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ ୨୦୨୧ର ଶୁକ୍ରବାର ଦୁବାଇରେ କଲକାତା ନାଇଟ୍‌ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଆୟୋଜିତ ମ୍ୟାଚରେ ପଞ୍ଜାବ ବିଜୟ ଲାଭ କରିଛି। କଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ୍ ହରାଇ ୧୬୫ ରନ୍ କରିଥିଲା। କଲକାତା ୧୨.୫ ଓଭରରେ ୧୦୦ରନ ପୂରଣ କରିଥିଲା। ତୃତୀୟ ୱିକେଟରେ ଆୟାର ଓ ନିତିଶ ରାଣା ୩୦ରନ ଯୋଡିଥିଲେ। ସ୍କୋର ୧୨୦ରନ ଥିବାବେଳେ ଆୟାର ୪୯ଟି ବଲରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୭ରନ କରି ଆଉଟ୍‌ ହୋଇଥିଲେ। ପରେପରେ ଅଧିନାୟକ ଇୟାନ ମୋର୍ଗାନ ୨ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ରାଣାଙ୍କ ୧୮ବଲରୁ ୩୧ରନ ବଳରେ କଲକାତା ୧୬୫ରନ କରିଥିଲା।

୧୬୬ ରନର ବିଜୟ ଲକ୍ଷ୍ୟ ପିଛା କରି ପଞ୍ଜାବ କିଙ୍ଗ୍‌ସର ଅଧିନାୟକ କେ ଏଲ୍ ରହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଯଥାକ୍ରମେ ୬୭ ଓ ୪୦ ରନ୍ କରି ଥିବା ବେଳେ ନିକୋଲାସ୍ ପୁରନ୍ ୧୨, ଏଡେନ୍ ମାର୍କରାମ୍ ୧୮ ଓ ଦୀପକ ହୁଦା ଓ ଶାହରୁଖ ଖାନ୍ ୨୨ ରନ୍ କରି ୧୬୮ ରନ୍ କରିଥିଲା।

Comments are closed.