ରାଜସ୍ଥାନ ରୟାଲସ ପାଇଁ ୧୭୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ ୨୦୨୦ରେ ବୁଧବାର ରାଜସ୍ଥାନ ରୟାଲସ ପାଇଁ କଲକତା ନାଇଟ ରାଇଡର୍ସ ୧୭୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରି କଲକତା ନାଇଟ ରାଇଡର୍ସ ୧୭୪/୬ରେ ପାଳି ସମାପ୍ତ କରିଥିଲା।

ଶୁବୁମନ ଗିଲଙ୍କ ୪୭ ଏବଂ ମୋର୍ଗାନଙ୍କ ୩୪ ରନ ବଳରେ କଲକତା ନାଇଟ ରାଇଡର୍ସ ୧୭୪/୬ କରିବାକୁ ସକ୍ଷମ ହୋଇଛି। ତେବେ ଅନ୍ୟ ବ୍ୟାଟସମ୍ୟାନ ଅଧିକ ରନ୍ କରିବାକୁ ସକ୍ଷମ ହୋଇ ନ ଥିଲେ। ଆଜିର ମ୍ୟାଚ ଜିତି ରାଜସ୍ଥାନ ହାଟ୍ରିକ ବିଜୟର ଆଶା ରଖିଛି। ତେବେ କଲକତା ନାଇଟ ରାଇଡର୍ସ ପୂର୍ବରୁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି।

Comments are closed.