ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ମୁମ୍ବଇ ଇଣ୍ଡିଆନ୍‌ସ

ଦୁବାଇ : ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଆରମ୍ଭ ହୋଇଛି।ଆଜିର ମ୍ୟାଚରେ‌ ଗତବର୍ଷର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁମୁହିଁ ହୋଇଛନ୍ତି ।ଆଜିର ମ୍ୟାଚରେ ମୁମ୍ବଇ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପାଇଁ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।ମୁମ୍ବଇ ଇଣ୍ଡିଆନ୍ସ ଇଶାନ କିଷନ ଓ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ୨୦୦ ରନ କରିଛି ।

ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଶ୍ରେୟସ୍ ଆୟର ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

Comments are closed.