ମଜଭୂତ ଟିମ ସହ ଫେରିବ ଆରସିବି : ବିରାଟ କୋହଲି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୨୦ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଚଳିତ ମାସ ୧୯ରେ କୋଲକାତା ଠାରେ ଅନୁଷ୍ଠିତ ହେବ। ଏହା ଆଇପିଏଲର ୧୩ତମ ସଂସ୍କରଣ ହେବ। ଏହା ପୂର୍ବରୁ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର(ଆରସିବି)ର ଅଧିନାୟକ ବିରାଟ କୋହଲି ଏକ ଭିଡ଼ିଓ ସେୟାର କରିଛନ୍ତି। ଯାହାକୁ ଆରସିବି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି।

ଭିଡ଼ିଓରେ ବିରାଟ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି, ଚଳିତ ଆଇପିଏଲ ସଂସ୍କରଣ ପାଇଁ ଆମ ଦଳ ପ୍ରସ୍ତୁତ ଅଛି। ଏଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଆମେ ମଜଭୂତ ଦଳ ସହ ପ୍ରତ୍ୟାବର୍ତ୍ତନ କରିବୁ। ବିରାଟ କହିଛନ୍ତି, ମୋର ସମସ୍ଥ ପ୍ରଶଂସକମାନଙ୍କୁ ହେଲୋ। ଆପଣମାନେ ଏପର୍ଯ୍ୟନ୍ତ ଆଇପିଏଲର ସମସ୍ଥ ସଂସ୍କରଣରେ ଆରସିବିକୁ ଏବଂ ମୋତେ ଅନେକ ଭଲପାଇବା ଓ ସମ୍ମାନ ଦେଇଛନ୍ତି। ତେଣୁ ମୁଁ ଚାହୁଁଛି ପ୍ରତି ବର୍ଷ ଭଳି ଚଳିତ ସଂସ୍କରଣରେ ମଧ୍ୟ ଆପଣମାନେ ଟିମକୁ ଖୁବ୍ ଭଲପାଇବା ଦେବାସହ ଟିମ ମ୍ୟାନେଜମେଣ୍ଟକୁ ସମର୍ଥନ କରନ୍ତୁ।

Comments are closed.