ଚେନ୍ନଇ ପାଇଁ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ-୨୦୨୦ରେ ଆଜି ଚେନ୍ନଇ ସୁପର କିଙ୍ଗ୍ସ ପାଇଁ ସନରାଇଜର୍ସ ହାଇଦରାବାଦ ୧୬୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ ଆରମ୍ଭ କରି ହାଇଦରାବାଦ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫ ୱିକେଟରେ ୧୬୪ ରନ୍ ସଂଗ୍ରହ କରିଛି।
ଗର୍ଗଙ୍କ ୫୧, ଅଭିଷେକ ଶର୍ମାଙ୍କ ୩୧, ପାଣ୍ଡେଙ୍କ ୨୯ ଓ ୱାର୍ଣ୍ଣରଙ୍କ ୨୮ ରନ ବଳରେ ହାଇଦରାବାଦ ୫ ୱିକେଟରେ ୧୬୪ ରନ୍ ସଂଗ୍ରହ କରିଛି। ଚେନ୍ନଇ ପକ୍ଷରୁ ଚହର ସର୍ବାଧିକ ୨ଟି ୱିକେଟ ସଂଗ୍ରହ କରିଛନ୍ତି।

ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ଗୋଟିଏ ବିଜୟ ସହ ୨ ପଏଂଟ ପାଇଛନ୍ତି। ତେଣୁ ଆଜିର ମ୍ୟାଚ ଜିତିବା ଲାଗି ଉଭୟ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି।

Comments are closed.