ଆଇପିଏଲ୍‍-୨୦୧୯ : ଆଜି ଦିଲ୍ଲୀ-ବାଙ୍ଗାଲୋର ଏବଂ କଲକାତା-ମୁମ୍ବଇ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ :  ଆଇପିଏଲ୍‍ କ୍ରିକେଟରେ ରବିବାର ନୂଆଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍‍ସ୍‍ ଏବଂ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା  ଆରମ୍ଭ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍‍ସ୍‍ ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରୁଛି।  ୭ଟି ମ୍ୟାଚ ଜିତିଥିବା ଦିଲ୍ଲୀ ଆଜି ମଧ୍ୟ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି।

ସେହିପରି ରାତି ୮ଟାରେ କଲକାତାଠାରେ କଲକାତା ନାଇଟ୍‍ ରାଇଡର୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‍ ଅନୁଷ୍ଠିତ ହେବ ।

ତେବେ ଗତ ରାତିରେ ଜୟପୁରଠାରେ ଅନୁଷ୍ଠିତ ମ୍ୟାଚରେ  ରାଜସ୍ଥାନ ରୟାଲ୍‍ସ୍‍, ସନ୍‍ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟ୍‍ରେ ପରାସ୍ତ କରିଛି। ସଞ୍ଜୁ ସାମ୍‍ସନ୍‍ଙ୍କ ଅପରାଜୟ ୪୮ ରନ୍‍ ଏବଂ ଲିଆମ୍‍ ଳିଭିଙ୍ଗ୍‍ଷ୍ଟୋନ୍‍ଙ୍କ ୪୪ ରନ୍‍ ସହାୟତାରେ ରାଜସ୍ଥାନ ୧୯ ଓଭର ଗୋଟିଏ ବଲରେ ୧୬୧ ରନ୍‍ର ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା।

Comments are closed.