ଆଇପିଏଲ କ୍ରିକେଟ : ଆଜି ପଞ୍ଜାବ ବନାମ ହାଇଦରାବାଦ

ମୋହାଲି : ଆଇପିଏଲ-୨୦୧୯ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । କିନ୍ତୁ ଅନେକ ନାମୀଦାମୀ ଦଳର ନୈରାଶ୍ୟଜନକ  ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି । ବିଶେଷ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ପ୍ରଦର୍ଶନ ଅନେକ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି।

ଆଜି ମୋହାଲିଠାରେ କିଙ୍ଗସ ଇଲେଭେନ ପଞ୍ଜାବ ଓ ସନ୍ ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ୨୨ତମ ମ୍ୟାଚ ଖେଳାଯିବ। କିଙ୍ଗସ ଇଲେଭେନ ପଞ୍ଜାବ ସୋମବାର ସୁଦ୍ଧା ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚ ଜିତି ୨ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସନ୍ ରାଇଜର୍ସ ହାଇଦରାବାଦ ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚ ଜିତି ୨ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ରହିଛି ।

Comments are closed.