ଚୀନ୍‌କୁ ବଡ ଧକ୍କା : ଭାରତରେ ନିର୍ମାଣ ହେଲା “ଆଇଫୋନ୍- ୧୧”

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତରେ ଆପଲ୍ କମ୍ପାନୀ ଆଇଫୋନ୍-୧୧ ତିଆରି କରିବା ଆରମ୍ଭ କରିଛି, ଯାହା ଚୀନ୍ ପାଇଁ ଏକ ବଡ଼ ଧକ୍କା । ତେବେ ଆପଲ୍ ଭାରତରେ ଚୀନ୍ ନିର୍ମିତ ଆଇଫୋନ୍ ବିକ୍ରି କରୁଥିବା ଦେଖାଯାଉଛି। ଯାହାକୁ ଭାରତୀୟ ବଜାରରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି। ତେଣୁ ଭାରତରେ ଆପଲ୍‌ର ନିର୍ମାଣ କାର୍ଯ୍ୟ ହେଲେ କମ୍ପାନୀ ୨୨ ପ୍ରତିଶତ ଆମଦାନୀ ଶୁଳ୍କରୁ ଲାଭବାନ ହେବ ଏବଂ ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ କିଛି ସମୟ ପରେ ଆଇଫୋନର ମୂଲ୍ୟରେ ହ୍ରାସ ଘଟିବ। ଏହାକୁ ଦୃଷ୍ଟିରେ ରଖି ଭାରତରେ ଏହାକୁ ନିର୍ମାଣ କରାଯାଉଛି।

ଦୁଇଜଣ ବରିଷ୍ଠ ଶିଳ୍ପପତି କହିଛନ୍ତି ଯେ, ବାଙ୍ଗାଲୋର ନିକଟସ୍ଥ ୱିଷ୍ଟ୍ରନ୍ ପ୍ଲାଣ୍ଟରେ ଆପଲ୍ ଏକ ନୂତନ ଆଇଫୋନ୍ SE ନିର୍ମାଣ ପାଇଁ ଯୋଜନା କରୁଛି। ଏହି ପ୍ଲାଣ୍ଟରେ ପୂର୍ବ ଆଇଫୋନ୍ SE ନିର୍ମାଣ ଜାରି ରହିଛି |

ଆପଲ ବ୍ୟବହାର ପାଇଁ ଦେଶରେ ଲୋକମାନଙ୍କ ମଧ୍ୟରେ ବଢୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି  ଏହିଭଳି ପଦକ୍ଷେପ ନେଆଯାଉଛି। ସରକାରଙ୍କ (PLI) ଯୋଜନା ଅଧୀନରେ କମ୍ପାନୀ ଏହାର ଲାଭ ଉଠାଇବାକୁ ଚାହୁଁଛି। ଭାରତରେ ନିର୍ମିତ କମ୍ପାନୀର ଉପକରଣଗୁଡ଼ିକ ଷ୍ଟୋରରେ ପହଞ୍ଚିବା ଆରମ୍ଭ କରିଛି । ଆଇଫୋନ୍ ୧୧ ବ୍ୟତୀତ କମ୍ପାନୀ ଭାରତରେ ଆଇଫୋନ୍ XR ଏବଂ ଆଇଫୋନ୍ ୭ ମଧ୍ୟ ଉତ୍ପାଦନ କରୁଛି । ଆଇଫୋନ୍ XR ଫକ୍ସକନ୍ ଏବଂ ଆଇଫୋନ୍ 7 ଭିଷ୍ଟ୍ରନ୍ କାରଖାନାରେ ଉତ୍ପାଦିତ ହେଉଛି । ତେବେ ଏ ବାବଦରେ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ୍ ୧୧ ହେଉଛି କମ୍ପାନୀର ଭାରତରେ ସର୍ବାଧିକ ବିକ୍ରି ହୋଇଥିବା ଆଇଫୋନ୍।

Comments are closed.