ଆପଲ ଲଞ୍ଚ କଲା ଆଇପ୍ୟାଡ ‘ଏୟାର’ ଏବଂ ଆଇପ୍ୟାଡ ‘ମିନି’

0

ନୂଆଦିଲ୍ଲୀ : ସୋମବାର ଆପଲ କମ୍ପାନୀ ଦୁଇଟି ଆଇପ୍ୟାଡ୍ ଲଞ୍ଚ କରିଛି। ଯାହାର ନାମ ଆଇପ୍ୟାଡ୍ ମିନି ଏବଂ ଆଇପ୍ୟାଡ୍ ଏୟର। ଏୟାର ଆଇପ୍ୟାଡରେ ୧୦.୫ଇଞ୍ଚର ଡିସପ୍ଲେ ଦିଆଯାଇଥିବା ବେଳେ ଆଇପ୍ୟାଡ୍ ମିନିକୁ ୭.୯ଇଞ୍ଚର ଡିସପ୍ଲେ ସହିତ ଲଞ୍ଚ କରାଯାଇଛି। ଉଭୟ ଆଇପ୍ୟାଡରେ ଲାଟେଷ୍ଟ ଏ୧୨ ବାୟୋନିକ ପ୍ରୋସେସର ଦିଆଯାଇଛି। ତେବେ ଆସନ୍ତୁ ଦୁଇଟି ଆଇପ୍ୟାଡ ବିଷୟରେ ବିସ୍ତାର ରୂପେ ଜାଣିବା।

courtesy- new atlas

ଏୟାର ଆଇପ୍ୟାଡର ବିଶେଷତ୍ବ
ଏହାର ବିଶେଷତ୍ବ ବିଷୟରେ କହିଲେ ଏଥିରେ ୧୦.୫ଇଞ୍ଚର ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୨୨୨୪/୧୬୬୮ ପିକ୍ସଲ ରହିଛି। ଏହି ଆଇପ୍ୟାଡ୍ ୬୪ଜିବି ଏବଂ ୨୫୬ଜିବି ଷ୍ଟୋରେଜରେ ମିଳିବ। ଏହାବ୍ୟତୀତ ଏହି ଆଇପ୍ୟାଡରେ ଡଚ୍ ଆଇଡି ହୋମ ବଟନ୍, ହେଡଫୋନ ଜ୍ୟାକ୍ ଏବଂ ଲାଇଟେନିଙ୍ଗ ଚାର୍ଜିଙ୍ଗ ପୋର୍ଟ ରହିଛି। ଏଥିରେ ଆପଲ୍ ପେନସିଲର ମଧ୍ୟ ସପୋର୍ଟ ରହିଛି। ଏହାର ଓଜୋନ ୪୫୬ଗ୍ରାମ ଏବଂ ଏହା ୬.୧ଏମ୍ଏମ୍ ରହିଛି। ନୂଆ ଆଇପ୍ୟାଡ୍ ଏୟାରର ୱାଇଫାଇ ମଡେଲର ମୂଲ୍ୟ ୪୪ହଜାର ୯୦୦ଟଙ୍କା। ଏହାର ୱାଇ-ଫାଇ ପ୍ଲସ୍ ସେଲୁଲାର ମଡେଲର ମୂଲ୍ୟ ୫୫ହଜାର ୯୦୦ଟଙ୍କା। ଏଥିରେ କମ୍ପାନୀ ତରଫରୁ ସ୍ମାର୍ଟ କି-ବୋର୍ଡ ଦିଆଯାଇଛି। ଯାହାର ମୂଲ୍ୟ ୧୩ହଜାର ୯୦୦ଟଙ୍କା। ଏଥିରେ ୩୦ଭାଷାର ସପୋର୍ଟ ରହିଛି।

pic courtesy-imore

ଆଇପ୍ୟାଡ୍ ମିନିର ମୂଲ୍ୟ ଏବଂ ବିଶେଷତ୍ୱ
ଆଇପ୍ୟାଡ ମିନିରେ ୭.୯ଇଞ୍ଚର ଡିସପ୍ଲେ ରହିଛି। ଏବଂ ଏଥିରେ ମଧ୍ୟ ଏ୧୨ ବାୟୋନିକ୍‍ ଚିପସେଟ୍‍ ରହିଛି। ଏଥିରେ ମଧ୍ୟ ଆପଲ୍‍ ପେନସିଲର ସପୋର୍ଟ ଦିଆଯାଇଛିି ଏବଂ ଏହା ୬୪ଜିବି ଏବଂ ୨୫୬ଜିବି ଷ୍ଟୋରେଜରେ ଉପଲବ୍ଧ ରହିଛି। ଆପଲ ମିନିର ୱାଇ-ଫାଇ ମଡେଲର ମୂଲ୍ୟ ୩୪ହଜାର ୯୦୦ଟଙ୍କା ଏବଂ ସେଲୁଲାର ମଡେଲର ମୂଲ୍ୟ ୪୫ହଜାର ୯୦୦ଟଙ୍କା।

Leave A Reply