ଆଇଓସିଏଲ୍‌ ୨୨ ଦିନ ଯାଏଁ ସଟ୍‌ଡାଉନ୍‌

ପାରାଦୀପ : ଆଇଓସିଏଲ୍  ତୈଳ ବିଶୋଧନାଗାର ୨୨ ଦିନ ପାଇଁ ସଟ୍‌ଡାଉନ୍‌ ହେବ । ପାରାଦୀପ ସ୍ଥିତ ଆଇଓସିଏଲ୍  ତୈଳ ବିଶୋଧନାଗାରକୁ ୨୨ ଦିନ ପାଇଁ ସଟଡାଉନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ ତାରିଖରୁ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ଆଇଓସିଏଲ୍ ସଟ୍‌ଡାଉନ୍ ରହିବ ବୋଲି ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ତୈଳ ବିଶୋଧନାଗାରର ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ସଟ୍‌ଡାଉନ୍ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି । ୨୦୧୮ ମସିହା ମାର୍ଚ୍ଚ ପରଠାରୁ ଆଇଓସିଏଲରେ ଏପର୍ଯ୍ୟନ୍ତ ମେଣ୍ଟୋନାନ୍ସ କାର୍ଯ୍ୟ ହୋଇନାହିଁ । ତେଣୁ ଏବେ ସମସ୍ତ ମେଣ୍ଟୋନାନ୍ସ କାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଖପାଖ ଗାଁର ୭ଶହରୁ ୮ ଶହ ଲୋକ ବି ଏଠାରେ ଏବେ କାମ କରିବେ । ସଟଡାଉନ ବେଳେ ଭିଡ଼ ଏଡ଼ାଇବା ପାଇଁ ପାଖରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.