ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ, ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଏହି ଦ୍ୱିପାକ୍ଷିକ ଚୁକ୍ତି : ଧର୍ମେନ୍ଦ୍ର ପ୍ରଧାନ
ଭାରତକୁ ବାର୍ଷିକ ୨ ଏମ୍ଏମ୍ଟି ଅଶୋଧିତ ତୈଳ ଯୋଗାଇବ ଋଷ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟର ସିଇଓ ଇଗୋର ସଚିନ୍ ଏବଂ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଥମ ଥର ପାଇଁ ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ଫଳରେ ଋଷ ଭାରତକୁ ବାର୍ଷିକ ୨ ଏମ୍ଏମ୍ଟି ଅଶୋଧିତ ତୈଳ ଯୋଗାଇବ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଚୁକ୍ତି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ଏହି ଚୁକ୍ତି ଭାରତର ଉର୍ଜା ସୁରକ୍ଷାକୁ ବଢାଇବା ଦିଗରେ ବଡ ପଦକ୍ଷେପ। ଭାରତ ଏବଂ ଋଷ ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ହେଉଛି ଉଭୟ ଋଣନୈତିକ ବିଶେଷାଧିକୃତ ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଭାରତର ଉର୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା
Had a fruitful meeting with Mr. Igor Sechin, CEO @RosneftEN and a high-level Rosneft team. We witnessed the first-ever Term Contract between @IndianOilcl and Rosneft for supply of 2 MMT per annum of crude oil to India. pic.twitter.com/oaTjugj7uM
— Dharmendra Pradhan (@dpradhanbjp) February 5, 2020
ଭାରତୀୟ ତୈଳ ଏବଂ ଗ୍ୟାସ ପିଏସୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଚାଲୁଥିବା ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ କେନ୍ଦ୍ରମନ୍ତ୍ରୀ ଓ ରେଜନେଫ୍ଟର ସିଇଓ ସମୀକ୍ଷା କରିଥିଲେ। ଦ୍ୱିପାକ୍ଷିକ ଉର୍ଜା ସହଯୋଗକୁ ବଢାଇବା ଓ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଉଭୟ ଚର୍ଚ୍ଚା କରିଥିଲେ। ଉଲ୍ଲେଖନୀୟ ଯେ, ଆଜିର ବୈଠକରେ ଋଷର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡମ୍ୟାପ୍ ସମେତ ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ କାର୍ୟ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜି ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ଆଗକୁ ନେବା ନେଇ ଉଭୟ ସମ୍ମତି ପ୍ରକାଶ କରିଥିଲେ। ଭାରତର ଉର୍ଜା ସୁରକ୍ଷାକୁ ମଜବୁତ୍ କରିବା ଏବଂ ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ସହ ମିଳିତ ଭାବରେ କାମ କରିବା ପାଇଁ ସହଯୋଗକୁ ବଢାଇବା ପାଇଁ ରୋଜନେଫ୍ଟର ସିଇଓ ସମ୍ମତି ପ୍ରଦାନ କରିଥିଲେ
Comments are closed.