ଶ୍ରୀମନ୍ଦିର ମରାମତି ପାଇଁ ଆଇଓସିଏଲ ଦେଲା ୫କୋଟି ସହାୟତା

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ‘ଫନି’ଜନିତ କ୍ଷୟକ୍ଷତି ପୁନରୁଦ୍ଧାର ପାଇଁ ଭାରତୀୟ ତୈଳ ନିଗମ(ଆଇଓସିଏଲ)ପକ୍ଷରୁ ୫କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ନିଗମର ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ଚେକ୍‌ ପ୍ରଦାନ କରିଛନ୍ତି। ତୈଳ ନିଗମର ଏପରି ବଦାନ୍ୟତା ପାଇଁ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.