ଆଇଏନ୍‍ଏକ୍ସ ମିଡିଆ ମାମଲା : ଅଦାଲତରେ ହାଜର ପାଇଁ ଚିଦମ୍ବରମ୍‍ ନାମରେ ୱାରେଣ୍ଟ ଜାରି

ନୂଆଦିଲ୍ଲୀ :  ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ହାଜର ହେବାକୁ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଏର୍‍ କରିଥିଲା । ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀ ଚିଦମ୍ବରମ୍‍ଙ୍କୁ ୧୪ ତାରିଖ ଦିନ ହାଜର କରିବା ବିଷୟ ଲୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀ ଚିଦାମ୍ବରମ୍‍ଙ୍କୁ ହାଜତରେ ରଖି ଜେରା କରିବାକୁ ଚାହୁଁଛି । ଶ୍ରୀ ଚିଦାମ୍ବରମ୍‍ ଆଇଏନ୍‍ଏକ୍ସ ମିଡିଆ ମାମଲାରେ ଏବେ ତିହାର ଜେଲରେ ଅଛନ୍ତି । ଇଡି ନିକଟରେ ଆତ୍ମ ସମର୍ପଣ କରିବା ପାଇଁ ଶ୍ରୀ ଚିଦମ୍ବରମ୍‍ ପୂର୍ବରୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

Comments are closed.