ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ : ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଗୁଳି କରି ନିହତ କରିଛନ୍ତି। ଏନେଇ ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲା ଦେଇ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ବିଏସ୍‌ଏଫ୍ ଯବାନମାନେ ପ୍ରତିବାଦ କରିଥିଲେ। ବିଏସଏଫ୍ ପ୍ରତିବାଦ କରିବା ପରେ ଅନୁପ୍ରବେଶକାରୀମାନେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ବିଏସ୍‌ଏଫ୍‌ ଯବାନମାନେ ଓଲଟା ଗୁଳି ଚଲାଇ ୫ ଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁପ୍ରବେଶକାରୀମାନେ ପାକିସ୍ତାନର ଆନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ କହିବା ଅନୁସାରେ ଆସିଥିଲେ ବୋଲି କୁହାଯାଉଛି। ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ବ୍ୟାଗରେ ନିଶା ସାମଗ୍ରୀ ଏବଂ କିଛି ଅସ୍ତ୍ରଶସ୍ତ୍ର ଥିବା ଜଣାପଡିଛି। ଏହି ଖବର ପାଇବା ମାତ୍ରେ ବିଏସଏଫର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.