ରୋଷେଇର ଆଦର ବଢ଼ିଛି

ଲକ୍-ଡାଉନ୍ ସମୟରେ ଘରର ପୁରୁଷ ବର୍ଗ ମଧ୍ୟ ରୋଷେଇରେ ଆଗ୍ରହ ପ୍ରକାଶ କରିଥିଲେ। ବାଧ୍ୟବାଧକତାରେ ନୁହେଁ, ବରଂ କେତେଜଣ ନିଜ ତରଫରୁ ରୋଷେଇ କରିବାକୁ ପସନ୍ଦ କରିଥିଲେ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ମନୋବିଶେଷଜ୍ଞ କେରୋଲ୍ ଲିବରମ୍ୟାନ୍‌ଙ୍କ ମତରେ ରୋଷେଇ କଲେ ଆମ ନର୍ଭସ୍ ସିଷ୍ଟମ୍‌କୁ ଆରାମ ମିଳେ। ଏହା ସହ ଦୈନନ୍ଦିନ ରୁଟିନ୍ ବନ୍ଧା ଜୀବନରେ ଲୋକେ ଅତିଷ୍ଠ ହୋଇଯାଇଥିଲେ। ଏଣୁ ନୂଆନୂଆ ପ୍ରକାରର ବ୍ୟଞ୍ଜନ ତିଆରି କରିବାରେ ସେମାନଙ୍କୁ ବରଂ ଖୁସି ଲାଗିଲା।

– ଏସବୁ ସହ ଘରର ଅନ୍ୟ ସଦସ୍ୟମାନେ ପୁରୁଷଙ୍କ ହାତ ରନ୍ଧାର ପ୍ରଶଂସା କରିବାରୁ ତାହା ମଧ୍ୟ ରୋଷେଇ ନିମନ୍ତେ ପ୍ରୋତ୍ସାହିତ କଲା।

– ଅନ୍ୟ କାମର ଚାପ ଠାରୁ ରୋଷେଇର ଚାପ ପୁରୁଷଙ୍କୁ ଅପେକ୍ଷାକୃତ କମ୍ ଲାଗିଥିଲା। ତେବେ ଏହା ମଧ୍ୟ ସତ ଯେ ପୁରୁଷ ବର୍ଗ ଅଧିକ ସମୟ ଛିଡ଼ା ହୋଇ ରୋଷେଇ କରିବା ପରେ ଧୈର୍ଯ୍ୟହୀନ ହୋଇପଡ଼ୁଥିଲେ।

Comments are closed.