ଇଣ୍ଟରସେପଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଭଦ୍ରକ: ପାରାଦୀପ ବନ୍ଦର ସନ୍ନିକଟରୁ ଗୁରୁବାର ପୂର୍ବାହ୍ଣରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷଣ ସମୁଦ୍ର ମଧ୍ୟରେ ଥିବା ଏକ ଜାହାଜରୁ ନିକ୍ଷେପ ହୋଇଥିବା ଟାର୍ଗେଟକୁ ଧ୍ୱଂସ କରିଥିଲା ଇଣ୍ଟରସେପ୍ଟର। ଲଘୁଚାପ ପାଇଁ ପାଗ ପ୍ରତିକୂଳ ଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ଇଣ୍ଟରସେପ୍ଟର କିପରି କାର୍ଯ୍ୟ କରୁଛି ତାହା ଆଜିର ପରୀକ୍ଷଣରେ ତର୍ଜମା କରାଯାଇ ଥିଲା। ନୂତନ ଜ୍ଞାନକୌଶଳରେ ନିର୍ମିତ ଇଣ୍ଡୋ-ଆଟମୋସଫିଆରିକ୍‍ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହା ଯେ କୌଣସି ପରିସ୍ଥିତିରେ ମଧ୍ୟ ଶତ୍ରୁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର କ୍ଷମତା ସମ୍ପନ୍ନ। ଭଦ୍ରକ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ସକାଳ ୧୧ଟା ୩୦ମିରେ ନିକ୍ଷେପ କରାଯାଇ ଥିଲା। ସମୁଦ୍ର ମଧ୍ୟରେ ଥିବା ଜାହାଜରୁ ନିକ୍ଷେପ ଏକାଧିକ ଟାର୍ଗେଟକୁ ଇଣ୍ଟରସେପ୍ଟର ସଫଳତାର ସହ ଧ୍ଵଂସ କରିଥିଲା।

Leave A Reply