କାଶ୍ମୀରବାସୀଙ୍କୁ ସରକାରଙ୍କ ନୂଆବର୍ଷ ଉପହାର

ଜାମ୍ମୁ: କାଶ୍ମୀରବାସୀଙ୍କୁ ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ୫ମାସ ଧରି ବନ୍ଦ ରହିଥିବା ମୋବାଇଲ ଏସଏମଏସ ଏବଂ ଇଣ୍ଟରନେଟ୍‌ ସେବାକୁ ସରକାର ନୂଆବର୍ଷରୁ ଆରମ୍ଭ କରିଛନ୍ତି। ଏହା ସହିତ ସରକାରୀ ଡାକ୍ତରଖାନାରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ବି ଆରମ୍ଭ ହୋଇଛି। ଡିସେମ୍ବର ୩୧ ମଧ୍ୟରାତ୍ରିରୁ ଏସବୁ ସେବା ଲାଗୁ ହୋଇଛି। ଗତ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରର ପୁନର୍ଗଠନ ହେବା ପରେ ପୂରା କାଶ୍ମୀରରେ ଏସଏମଏସ ସେବା ବନ୍ଦ କରିଦିଆଯାଇଥିଲା। ସରକାରଙ୍କ ମୁଖପାତ୍ର ରୋହିତ କଂସଲ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ପରେ ରାଜ୍ୟରେ ପରିସ୍ଥିତିର ସମୀକ୍ଷା କରାଯାଇ ପର୍ଯ୍ୟାୟକ୍ରମେ ଇଣ୍ଟରନେଟ ଏବଂ ମୋବାଇଲ ସେବା ଆରମ୍ଭ କରାଯାଉଛି। ପରିସ୍ଥିତିରେ ସୁଧାର ଆସିବା ପରେ ଗତ ଡିସେମ୍ବର ୧୦ ତାରିଖରେ ବିଦ୍ୟାର୍ଥୀ, ସ୍କଲାର, ଟ୍ରେଡର୍ସ, କଂଟ୍ରାକ୍ଟର୍ସ, ଟୁର୍‌ ଅପରେଟରମାନଙ୍କ ପାଇଁ ୯୦୦ ଇଣ୍ଟରନେଟ ଟଚ୍‌ ପଏଣ୍ଟ ଆରମ୍ଭ କରାଯାଇଥିଲା। ବିଭିନ୍ନ ଜିଲାର ପର୍ଯ୍ୟଟନସ୍ଥଳ, ହୋଟେଲ, କାର୍ଯ୍ୟାଳୟରେ ଇଣ୍ଟରନେଟ ଟଚ୍‌ ପଏଣ୍ଟ ଯୋଗୁ ପ୍ରାୟ ୬ ଲକ୍ଷ ଲୋକ ଲାଭବାନ୍‌ ହୋଇଥିଲେ।

Comments are closed.