ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ: କରୋନା ସମୟରେ ସବୁଠାରୁ ଅଧିକ ବ୍ୟବହାର ହୋଇଛି ଇଣ୍ଟରନେଟ୍

ନୂଆଦିଲ୍ଲୀ : ପ୍ରତିବର୍ଷ ଅକ୍ଟୋବର ମାସ ୨୯ତାରିଖକୁ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଇଣ୍ଟରନେଟ୍‍ ବ୍ୟବହାରର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି। ଇଣ୍ଟନେଟ୍‍ ମାନବ ଜୀବନଶୈଳୀକୁ ସରଳ ତଥା ସରସ କରିଛି। ଅନ୍ୟପଟେ ଏହାର ଅନେକ ମାରାତ୍ମକ ପ୍ରଭାବ ରହିଥିବା ମଧ୍ୟ ବିଗତ ଦିନରେ ପ୍ରମାଣିତ ହୋଇଛି। ତେବେ ମାନବ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ଇଣ୍ଟରନେଟର ଆରମ୍ଭ ୧୯୬୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ହୋଇଥିଲା। ଏହା ଉପରେ ୧୯୭୦ ପର୍ଯ୍ୟନ୍ତ ଅନେକ ଗବେଷଣା ଓ ପର୍ଯ୍ୟବେକ୍ଷଣ କରାଯାଇଥିଲା।

କୋଭିଡ -୧୯ ସମୟରେ, ଭାରତ ସମେତ ବିଶ୍ବର ସମସ୍ତ ଲୋକଙ୍କ ପାଇଁ ସବୁଠୁ ବଡ ସାହାରା ପାଲଟିଛି ଇଣ୍ଟରନେଟ୍। ଘରେ ବନ୍ଦୀ ହୋଇ ରହିଥିବା ଲୋକମାନେ ଇଣ୍ଟରନେଟ୍ ମାଧ୍ୟମରେ ଦିନ ବିତାଉଛନ୍ତି। କେହି କେହି ଅନଲାଇନ୍ ଫିଲ୍ମସ୍ ଦେଖୁଛନ୍ତି ତ, ଅନ୍ୟ କେହି ୱେବ୍ ସିରିଜ୍ ଦେଖୁଛନ୍ତି। ସେହିପରି କିଛି ଲୋକ ଅନଲାଇନ୍ ଗେମ୍ ଖେଳି ସମୟ ବିତାଉଛନ୍ତି। ଏହା ବ୍ୟତୀତ ଅନେକ ଲୋକ ଘରୁ ଅଫିସ୍ କାମ(ୱାର୍କ ଫର୍ମ ହୋମ) ମଧ୍ୟ କରୁଛନ୍ତି। ବର୍ତ୍ତମାନ ହୋଇଥିବା ଅଧ୍ୟୟନରୁ ଏହା ଜଣାଯାଇଛି ଯେ, ମନୋରଞ୍ଜନ, ବ୍ୟବସାୟଠାରୁ ଆରମ୍ଭ କରି ଚାକିରି ଖୋଜିବା ଏବଂ ଆର୍ଥିକ କାରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଇଣ୍ଟରନେଟ୍ ଅଧିକ ମାତ୍ରାରେ ବ୍ୟବହୃତ ହେଉଛି। ଏପରିକି ଯେଉଁମାନେ ଲକଡାଉନ୍ ଯୋଗୁଁ ଚାକିରି ହରାଇଛନ୍ତି ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ଚାକିରି ଖୋଜୁଛନ୍ତି।

Comments are closed.