ସାବଧାନ! ଡିସେମ୍ବର ୧ରୁ ବନ୍ଦ ହୋଇଯିବ ‘ଏସ୍‍ବିଆଇ’ର ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା

0

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ (ଏସ୍‍ବିଆଇ) ଫୋନ୍‍ ନମ୍ବର ଲିଙ୍କ୍‍ କରନଥିବା ଗ୍ରାହକଙ୍କ ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା ଡିସେମ୍ବର ୧ରୁ ବନ୍ଦ କରିବ ବୋଲି ଘୋଷଣା କରିଛି। ଏହାକୁ ନେଇ ଗ୍ରାହକମାନେ ଚିନ୍ତାରେ ପଡିଛନ୍ତି। ବ୍ୟାଙ୍କର ନିଜସ୍ୱ ୱେବସାଇଟ୍‍ onlinesbi.comରେ ଦିଆଯାଇଥିବା ସୂଚନା ଅନୁସାରେ ୨୦୧୮ ଡିସେମ୍ବର ୧ ସୁଦ୍ଧା ଗ୍ରାହକଙ୍କୁ ନିଜ ଏସ୍‍ବିଆଇ ଶାଖାକୁ ଯାଇ ମୋବାଇଲ ଫୋନ୍‍ ନମ୍ବର ପଞ୍ଜିକୃତ କରିବାକୁ ପଡ଼ିବ। ଫୋନ୍‍ ଲିଙ୍କ୍‍ କରିନଥିବା ଗ୍ରାହକଙ୍କ ଇଣ୍ଟରନେଟ୍‍ ସେବା ଡିସେମ୍ବର ୧ ପରଠାରୁ ବନ୍ଦ ହୋଇଯିବ। ଫଳରେ ଫୋନ୍‍ ଲିଙ୍କ୍‍ କରିନଥିବା ଗ୍ରାହକ ଆଉ ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା ଦ୍ୱାରା ନେଣଦେଣ (ଟ୍ରାଜାଂକ୍ସନ) କରିପାରିବେ ନାହିଁ। ଏଥିପାଇଁ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଶାଖାକୁ ଯାଇ ନିଜ ଆଉକାଉଣ୍ଟ ନମ୍ବର ସହ ମୋବାଇଲ ଫୋନ୍‍ ନମ୍ବର ଲିଙ୍କ୍‍ ଓ ପଞ୍ଜିକୃତ କରିବାକୁ ପଡ଼ିବ। ଠକେଇରୁ ବଞ୍ଚିବା ପାଇଁ ଏସ୍‍ବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ଆପଣ ଇଣ୍ଟରନେଟ୍‍ ବ୍ୟାଙ୍କିଂ ସେବା ଦ୍ୱାରା ପ୍ରତ୍ୟକ ନେଣଦେଣର ଏସ୍‍ଏମ୍‍ଏସ୍‍ ପାଇପାରିବେ। ଫୋନ୍‍ ନମ୍ବର ଦ୍ୱାରା ନିଜ ଆକାଉଣ୍ଟର ଜମା ରାଶି ଓ ଅନ୍ୟ ତଥ୍ୟ ଜାଣିପାରିବେ।

Leave A Reply