ଜାମ୍ମୁ କାଶ୍ମୀର ସରକାରୀ ହସ୍ପିଟାଲ ଓ ସ୍କୁଲରେ ପୁନଃ କାର୍ଯ୍ୟକ୍ଷମ ହେବ ବ୍ରଡ୍‍ବ୍ୟାଣ୍ଡ ସେବା

ଜାମ୍ମୁ: ଜାମ୍ମୁ କାଶ୍ମୀରେ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ବନ୍ଦ ରହିଥିବା ଏସ୍‍.ଏମ୍‍.ଏସ୍‍. ସେବା ମଙ୍ଗଳବାର ଠାରୁ ପୁନଃ ଆରମ୍ଭ ହେବ। ଏହାଛଡ଼ା ଜାମ୍ମୁ କାଶ୍ମୀରର ସମସ୍ତ ସରକାରୀ ହସ୍ପିଟାଲ ଓ ସ୍କୁଲଗୁଡ଼ିକରେ ଆଜି ରାତିରୁ ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ୍‍ ସେବା ପୁନଃ କାର୍ଯ୍ୟକ୍ଷମ କରାଯିବ। ଆଜି ଜାମ୍ମୁଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଜାମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନସଲ୍‍ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, କାଠୁଆ ଜିଲ୍ଲାର ଲଖନପୁର, ଅନନ୍ତନାଗ ଜିଲ୍ଲାର ଲୋୟର ମୁଣ୍ଡା ସମେତ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ରେଳ ଷ୍ଟେସନ, ବିମାନ ବନ୍ଦର ଓ ଅନ୍ୟ ସମସ୍ତ ସ୍ଥାନରେ ଥିବାର ଟୋଲ୍‍ ପ୍ଲାଜାଗୁଡ଼ିକ ଆସନ୍ତା କାଲିଠାରୁ ଉଚ୍ଛେଦ କରାଯିବ। ଏହି ଟୋଲପ୍ଲାଜା ଉଚ୍ଛେଦ ହେବା ଫଳରେ କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ କୋଟି ଟଙ୍କା ରାଜସ୍ୱ କ୍ଷତି ଘଟିବ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି।

Comments are closed.