ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

କୁହାଯାଏ ଯେ ଯେଉଁ ସ୍ଥାନରେ ବାଘର ବଂଶବୃଦ୍ଧି ଘଟୁଛି, ସେଠାରେ ପ୍ରକୃତି ଓ ପରିବେଶର ଅବସ୍ଥା ମଧ୍ୟ ଠିକ୍ ଅଛି। ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବ୍ୟାଘ୍ର ଏକ ବିରଳ ପ୍ରାଣୀ; ତେଣୁ ଏହାର ସଂରକ୍ଷଣ ପାଇଁ ଲୋକଙ୍କୁ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ। ଭାରତରେ ଏଥିପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରକଳ୍ପ ଆରମ୍ଭ କରିଛନ୍ତି। ୧୯୭୩ର ପ୍ରୋଜେକ୍ଟ ଟାଇଗର୍ ସେଥିରୁ ପ୍ରମୁଖ।
ଶହେ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରେ ଲକ୍ଷେରୁ ଊର୍ଦ୍ଧ୍ବ ବାଘ ଥିବାବେଳେ ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ଆକଳନ ଅନୁସାରେ ବର୍ତ୍ତମାନ କେବଳ ପ୍ରାୟ ୩,୯୦୦ ବାଘ ହିଁ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ପାଇଁ ୨୦୧୦ ମସିହାରୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସର ପରିକଳ୍ପନା କରାଯାଇଥିବାବେଳେ ୨୦୨୦ ସୁଦ୍ଧା ବାଘସଂଖ୍ୟା ଦ୍ବିଗୁଣିତ କରିବାର ସଂକଳ୍ପ କରାଯାଇଛି।