ଆର୍ନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଭାଗନେବେ ବୌଦ୍ଧର ବିଶ୍ୱନାଥ ମିଶ୍ର 

ବୌଦ୍ଧ : ଆସନ୍ତାବର୍ଷ ଜାନୁୟାରୀ ମାସ ୧୯ ତାରିଖଠାରୁ ଦୁବାଇଠାରେ ହେବାକୁଥିବା ଏମିରେଟସ -୨୦୨୨ ଆର୍ନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଭାଗନେବାକୁ ବୌଦ୍ଧର ଡାକଟିକଟ ସଂଗ୍ରାହକ ବିଶ୍ୱନାଥ ମିଶ୍ର ମନୋନୀତ ହୋଇଛନ୍ତି । ଆର୍ନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଭାଗନେବା ପାଇଁ ଭାରତୀୟ ଫିଲାଟେଲିକ୍ସ କଂଗ୍ରେସ ମଧ୍ୟରୁ ୧୬ ଜଣଙ୍କୁ ମନୋନୀତ କରାଯାଇଛି । ଓଡ଼ିଶାରୁ ମନୋନୀତ ହୋଇଥିବା ତିନି ଜଣଙ୍କ ମଧ୍ୟରୁ ବୌଦ୍ଧ ବନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଶ୍ୱନାଥ ମିଶ୍ର ଅନ୍ୟତମ । ଆର୍ନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ୧୨ଟି ବିଭାଗରେ ଡାକଟିକଟ ପ୍ରଦର୍ଶିତ ହେବ । ସେଥିମଧ୍ୟରୁ ଇକ୍ସୋଡେ-ଦି ସିମ୍ବଲ ଅଫ୍ ସ୍କିଡ ଘୋଡାର ଗତି ସଂପର୍କିତ ବିଭାଗରେ ବୌଦ୍ଧର ବିଶ୍ୱନାଥ ମିଶ୍ରଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ଦେଶର ବହୁ ପ୍ରକାରର ଡାକଟିକଟ, ଲଫାପା, ପୋଷ୍ଟକାର୍ଡ ଆଦି ରହିଅଛି । ୮୦ ପୃଷ୍ଠା ସମ୍ବଳିତ ଆଲବମରେ ଅନେକ ଶତାଧିକ ବର୍ଷର ପୁରୁଣା ଡାକ ଜିନିଷ ମଧ୍ୟ ରହିଅଛି । ଭାରତୀୟ ଫିଲାଟେଲିକ୍ସ କଂଗ୍ରେସ ପକ୍ଷରୁ ନିୟୋଜିତ ଜାତୀୟ କମିଶନର ଅଜୟ କୁମାର ମିତଲ ସଂଗ୍ରାହକ ବିଶ୍ୱନାଥଙ୍କ ସମେତ ସମସ୍ତ ୧୬ ଜଣଙ୍କ ଆଲବମ ସବୁ ନେଇ ଆର୍ନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି ।

Comments are closed.