ନଭେମ୍ବର ୩୦ ଯାଏଁ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ସ୍ଥଗିତ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ-ଡିଜିସିଏ କହିଛନ୍ତି ଯେ ଭାରତରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉଡାଣ ସେବା ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ। ତେବେ ସରକାରଙ୍କ ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ କାର୍ଗୋ ବିମାନ ଏବଂ ଯାତ୍ରୀବାହୀ ବିମାନ କାର୍ଯ୍ୟକ୍ଷମ ରହିବ। ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ କହିଛନ୍ତି ଯେ ଆବଶ୍ୟକତା ଭିତ୍ତିରେ କେତେକ ମନୋନୀତ ରୁଟରେ ଆନ୍ତର୍ଜାତୀୟ ନିର୍ଦ୍ଧାରିତ ବିମାନକୁ ଅନୁମତି ଦିଆଯିବ।

Comments are closed.