ଅନ୍ତର୍ଜାତୀୟ ବାମହାତିଆ ଦିବସ

ପୃଥିବୀର ଅଧିକାଂଶ ଲୋକ ଡାହାଣ ହାତିଆ; ଅର୍ଥାତ ସେମାନେ ଲେଖିବାଠାରୁ ଆରମ୍ଭ କରି ଅଧିକାଂଶ କାମ ଡାହାଣ ହାତରେ କରିଥା’ନ୍ତି; କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ବାମହାତିଆ। ଏମାନଙ୍କ ବିଶେଷତ୍ବ ଓ ଅଲଗାପଣକୁ ନେଇ ୧୯୭୬ ମସିହାରୁ ଆଜିର ଦିନରେ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ବାମହାତିଆ ଦିବସ। ପ୍ରଥମେ ଏହାକୁ ‘ଲେଫ୍ଟହ୍ୟାଣ୍ଡର୍ସ ଇଣ୍ଟରନ୍ୟାସନାଲ ଇଙ୍କ୍‌’ର ପ୍ରତିଷ୍ଠାତା ଡିନ ଆର୍‌ କ୍ୟାମ୍ପ୍‌ବେଲ୍ ଆରମ୍ଭ କରିଥିଲେ। ଏକ ଆକଳନ ଅନୁସାରେ ସମଗ୍ର ବିଶ୍ବରେ ବାମହାତିଆଙ୍କ ସଂଖ୍ୟା ୭ରୁ ୧୦ ଶତାଂଶ। ମହିଳାଙ୍କ ଅପେକ୍ଷା ପୁରୁଷ ବାମହାତିଆ ଅଧିକ ରହିଥିବା ମନେ କରାଯାଏ।

Comments are closed.