ମାନବାଧିକାର ଦିବସର ବାର୍ତ୍ତା – ମାନବ ସଂସ୍କୃତିର ପ୍ରୋତ୍ସାହନ ଓ ନିବିଡତା

ସମାଜ ପୋର୍ଟାଲ ଡେସ୍କ: ଆଜି ବିଶ୍ୱ ମାନବାଧିକାର ଦିବସ। ମିଳିତ ଜାତିସଂଘ ପକ୍ଷରୁ ୧୯୫୦ ମସିହାରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ କରାଯାଉଛି। ୧୯୪୮ ମସିହା ଡିସେମ୍ବର ମାସର ଆଜିର ଦିନରେ ଜାତିସଂଘ ସାଧାରଣ ପରିଷଦ ମାନବାଧିକାର ସାର୍ବଭୌମ ଘୋଷଣା ପତ୍ରକୁ ଅନୁମୋଦନ କରିଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ମାନବାଧିକାର ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ମାନବାଧିକାର ଦିବସର ବାର୍ତ୍ତା ହେଉଛି ‘ସ୍ୱଦେଶୀ ଭାଷା ବର୍ଷ : ମାନବ ଅଧିକାରର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ଅଧିକ ନିବିଡ କରିବ।’ ସଂପ୍ରତି ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାରର ଖୋଲା ଉଲ୍ଲଙ୍ଘନ ହେଉଛି। କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି। ମହିଳା ଓ ମାନବ ଚାଲାଣକାରୀଙ୍କ ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଛି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ତୃଣମୂଳ ସ୍ତରରେ ଫଳପ୍ରଦଭାବେ ମାନବିକ ଅଧିକାରକୁ ମଜବୁତ କରିବା ସମାଜର ସାମୂହିକ ଦାୟିତ୍ୱ। ନୂଆଦିଲ୍ଲୀରେ ମାନବିକ ଅଧିକାର ଦିବସ ପାଳନ ଅବସରରେ ସେ କହିଛନ୍ତି ଦେଶର ବିଭିନ୍ନ ଭାଗରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଘଟୁଥିବା ଖବରମାନ ଆସି ପହଞ୍ଚୁଛି। ସେ କହିଛନ୍ତି,ମାନବିକ ଅଧିକାର ଦିବସ ପାଳନ ସେତେବେଳେ ସଫଳ ହେବ, ଯେତେବେଳେ ଆମେ ସମସ୍ତଙ୍କୁ ସାର୍ବଜନୀନ ଅଧିକାର ଦେବାପାଇଁ ଆଗଭର ହେବା ଓ ଏ କ୍ଷେତ୍ରରେ ଥିବା ତ୍ରୁଟିଗୁଡ଼ିକର ସୁଧାର ପାଇଁ ଆମର ଆତ୍ମସମୀକ୍ଷା କରିବା। ରାଷ୍ଟ୍ରପତି କହିଛନ୍ତି ଲୋକମାନେ ମଧ୍ୟ ସେମାନଙ୍କର କର୍ତ୍ତବ୍ୟ ଭୁଲିବା ଉଚିତ ନୁହେଁ। ରାଷ୍ଟ୍ରପତି କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତ୍ତବ୍ୟକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭାବେ ଗ୍ରହଣ କରୁଥିଲେ।

Comments are closed.