‘ଅନ୍‌ ଲକ୍‌-୨’ରେ ଉଡ଼ିପାରେ ଆନ୍ତର୍ଜାତିକ ବିମାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ପରେ ‘ଅନ୍‌ ଲକ୍‌-୨’ ଜାରି କରିବା ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ କେତେକ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଏଥିମଧ୍ୟରେ ନୂଆଦିଲ୍ଲୀ ଓ ମୁମ୍ବଇରୁ ନ୍ୟୁୟର୍କକୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯିବା ବୋଲି ସୂଚନା ମିଳିଛି। ଏତଦ୍‌ବ୍ୟତୀତ କେତେକ ଘରୋଇ ବିମାନ ଚଳାଚଳ କମ୍ପାନୀଙ୍କୁ ଉପସାରୀୟ ରାଷ୍ଟ୍ରଗୁଡ଼ିକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିପାରେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ତାଲାବନ୍ଦ କଟକଣାକୁ ଚଳିତ ମାସ ପ୍ରାରମ୍ଭରେ କିଛିଟା କୋହଳ କରିଥିଲେ ଓ ଏହାକୁ ‘ଅନ୍‌ ଲକ୍‌-୧’ ବୋଲି କୁହାଯାଇଥିଲା। ଜୁନ ୩୦ ପର୍ଯ୍ୟନ୍ତ ତାଲାବନ୍ଦ କଟକଣା ବଳବତ୍ତର ରହିଛି। ଏହି ଅବଧି ଶେଷ ପରେ ‘ଅନ୍‌ ଳକ୍‌-୨’ କାର୍ଯ୍ୟକାରୀ ହେବା ସମ୍ଭବନା ନେଇ ଗତ ୧୮ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରୁ ସୂଚନା ମିଳିଥିଲା। ଜୁନ ୩୦ ସୁଦ୍ଧା ଏ ନେଇ ସାନି ମାର୍ଗଦର୍ଶିକା ଜାରି କରାଯିବ।

Comments are closed.